ଲକ୍ଷ୍ନୌ: ଉତ୍ତରପ୍ରଦେଶର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଜାଜିପୁରମ୍ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରୁ 49 ବର୍ଷୀୟ ରବିନ୍ଦ୍ର କୁମାର ଶୁକ୍ଳା ନାମକ ଜଣେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ବିଦ୍ୟାଳୟରୁ ସବୁ ପିଲା ଯିବା ପରେ ରବିନ୍ଦ୍ର ବିଦ୍ୟାଳୟରେ ତାଲା ପକାଇଥିଲେ । ତେବେ ପରେ ପୁଣି ଆସି ଶ୍ରେଣୀଗୃହ ଖୋଲିବା ସହ ସେଠାରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।
ତେବେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯିବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଘଟଣାସ୍ଥଳରୁ କୌଣସି ଆତ୍ମହତ୍ୟା ନୋଟ୍ ଜବତ ହୋଇନଥିବାବେଳେ ସେ ମାନସିକ ଚାପଗ୍ରସ୍ତରେ ରହି ଏପରି କରିଥିବା ତାଙ୍କ ସହଯୋଗୀ ଶିକ୍ଷକ କହିଛନ୍ତି ।
ସୌଜନ୍ୟ: IANS