ETV Bharat / bharat

ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ, 24ରୁ ଊର୍ଦ୍ଧ୍ବ ଆହତ

author img

By

Published : Nov 20, 2019, 5:26 PM IST

ମଧ୍ୟପ୍ରଦେଶର ସତାନା ଜିଲ୍ଲାରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 24 ଜଣ ସ୍କୁଲ ଛାତ୍ର ଗୁରୁତର ହୋଇଥିବା ଜଣାପଡ଼ିଛି । ଏହା ସହିତ ଦୁର୍ଘଟଣାଗ୍ରସ୍ତ ବସର ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋପାଳ: ମଧ୍ୟପ୍ରଦେଶର ସତାନା ଜିଲ୍ଲାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଏଥିରେ ଥିବା 24ରୁ ଊର୍ଦ୍ଧ୍ବ ପିଲା ଆହତ ହୋଇଥିବା ଜଣାପଡ଼ିଛି । ଘଟଣାଚି ସତାନା ଜିଲ୍ଲାର ପିପରିଟୋଲା ଗ୍ରାମ ନିକଟରେ ଘଟିଛି ।

ମିଳିଥିବା ସୂଚନା ମୁତାବକ ନିକଟସ୍ଥ ଜୁନିୟର କନଭେଣ୍ଟ ସ୍କୁଲର ପିଲାମାନଙ୍କୁ ନେଇ ବସଟି ଯାଉଥିଲା । ବସରେ ନିର୍ଦ୍ଧାରିତ ସ୍କୁଲ ପିଲାଙ୍କ ଠାରୁ ଅଧିକ ଛାତ୍ରଛାତ୍ରୀ ରହିଥିବା ଜଣାପଡ଼ିଛି । ତେବେ ଦ୍ରୁତ ଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ଘଟଣା ସମ୍ପର୍କରେ ସୂଚନା ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହା ସହିତ ଦୁର୍ଘଟଣାଗ୍ରସ୍ତ ବସର ଡ୍ରାଇଭରକୁ ଗିରଫ କରିଛି ପୋଲିସ । ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଆହତ ପିଲାମାନଙ୍କୁ ଉଦ୍ଧାର କରାଯିବା ସହିତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୂଚନାଯୋଗ୍ୟ ଏହାର କିଛି ଦିନ ପୂର୍ବରୁ ଏଠାରେ ଅନୁରୂପ ଭାବେ ଏକ ସ୍କୁଲ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ 6 ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଜଣାପଡ଼ିଛି ।

Intro:Body:

editorial

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.