ETV Bharat / bharat

ଗାଚ୍ଛିବାଉଲି କାର ଦୁର୍ଘଟଣା ପରର ଦୃଶ୍ୟ ... - ହାଇଦ୍ରାବାଦ ଖବର

ଆଖି ପିଛୁଳାକେ ଓଭରବ୍ରିଜରୁ ଖସିପଡିଲା ଚଳନ୍ତା କାର । ଆଉ ବସ ଷ୍ଟପରେ ଠିଆ ହୋଇଥିବା ମହିଳାଙ୍କର ଚାଲିଗଲା ଜୀବନ। ଶନିବାର ହାଇଦ୍ରାବାଦ ଗାଚ୍ଛିବାଉଲି ଓଭରବ୍ରିଜ ତଳେ ଘଟିଥିଲା ଏହି ଛାତିଥରା ଦୁର୍ଘଟଣା। ଆଗକୁ ପଢନ୍ତୁ...

ଗଚ୍ଛିବୋଲି କାର ଦୁର୍ଘଟଣା ପରର ଦୃଶ୍ୟ
author img

By

Published : Nov 24, 2019, 3:30 PM IST

ହାଇଦ୍ରାବାଦ: ଶନିବାର ହାଇଦ୍ରାବାଦ ଗାଚ୍ଛିବାଉଲି ଅଞ୍ଚଳରେ ଘଟିଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଗାଚ୍ଛିବାଉଲିର ନୂଆ ନିର୍ମାଣ ହୋଇଥିବା ଫ୍ଲାଏଓଭରରୁ ନିୟନ୍ତ୍ରଣ ହରାଇ ତଳକୁ ଖସିପଡିଥିଲା କାର ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ମଣିକୋଣ୍ଡା ଅଞ୍ଚଳର ସତ୍ତାମ୍ମା ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରିଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାର ଚାଳକଙ୍କ ସହ ଅନ୍ୟ ଜଣେ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଗଚ୍ଛିବୋଲି କାର ଦୁର୍ଘଟଣା ପରର ଦୃଶ୍ୟ

ଦୁର୍ଘଟଣା ସମୟରେ ଏତେ ଜୋରରେ ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇଯାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପଟେ ଫ୍ଲାଏଓଭରରେ ଅଧିକ ବଙ୍କାଣି ସହ ଖୁବ କମ ସାଇନ ବୋର୍ଡ ଥିବା ଅଭିଯୋଗ କରିଛନ୍ତି ପଥଚାରୀ ଏବଂ ସ୍ଥାନୀୟ ବାସିନ୍ଦା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.