ETV Bharat / bharat

ଅଯୋଧ୍ୟା ପରେ ଆଜି ଆସିବ ଆଉ 2ଟି ବଡ ରାୟ - ରାଫେଲ ଯୁଦ୍ଧ ବିମାନ ବିବାଦ

ଆସନ୍ତା 17ରେ ଅବସର ନେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ଅବସର ପୂର୍ବରୁ ଆଜି ପୁଣି ଥରେ 2ଟି ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଶୁଣାଇବେ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ।

ଫାଇଲ ଫଟୋ
author img

By

Published : Nov 14, 2019, 8:49 AM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଆଉ 2ଟି ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ଶୁଣାଇବେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠ ଆଜି ଏକକାଳୀନ 2ଟି ବଡ ମାମଲାର ରାୟ ଶୁଣାଇବେ । ପ୍ରଥମତଃ ସାବରୀମାଲା ମନ୍ଦିରକୁ ନେଇ ହୋଇଥିବା ପୁର୍ନବିଚାର ଆବେଦନ ଶୁଣାଣିର ରାୟ ପ୍ରକାଶ କରିବେ ଖଣ୍ଡପୀଠ ।

ଘଟଣା ଅନୁସାରେ କେରଳରେ ଥିବା ଭଗବାନ ଆୟପ୍ପାଙ୍କ ମନ୍ଦିରକୁ ୧୦ ରୁ ୫୦ ବର୍ଷର ମହିଳାଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା। କିନ୍ତୁ ଗତବର୍ଷ ସେପ୍ଟେମ୍ବର ୨୮ ରେ ଏହାକୁ ହଟାଇ ଦେଇଥିଲେ ସୁପ୍ରିମକୋର୍ଟର ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ର । ଏହାକୁ ନେଇ କେରଳ ସମେତ ବିଭିନ୍ନ ସ୍ଥାନରେ ବିରୋଧ ହୋଇଥିଲା । ଗତ ଫେବୃଆରୀ ମାସରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ସଂରକ୍ଷିତ ରାୟକୁ ଆଜି ସକାଳ 10.30ରେ ପ୍ରକାଶ କରିବେ ଅଦାଲତ ।

ସେହିପରି ବହୁ ଚର୍ଚ୍ଚିତ ରାଫେଲ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ଆଗତ ରିଭ୍ୟୁପିଟିସନର ଶୁଣାଣି ହେବକି ନାହିଁ ତାର ନିଷ୍ପତ୍ତି ଶୁଣାଇବେ ସୁପ୍ରିମକୋର୍ଟ । ଭାରତ ସରକାର ଫ୍ରାନ୍ସ ଠାରୁ ବାୟୁସେନା ପାଇଁ ୩୬ଟି ରାଫେଲ ଯୁଦ୍ଧ ବିମାନ ଆଣିବେ । ତେବେ ଏହାକୁ ନେଇ ହୋଇଥିବା ଚୁକ୍ତିରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ କରି ବିରୋଧୀ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ କରିଥିଲେ । ଯଦିଓ ପ୍ରଥମେ କୋର୍ଟ ଏହାକୁ ଖାରଜ କରିଥିଲେ । ପରେ ଆବେଦନକାରୀ ପୁଣି ବହୁ ତଥ୍ୟ ଦେଇ ରିଭ୍ୟୁପିଟିସନ ଦାଖଲ କରିଥିଲେ । ଗତ ମେ ମାସରେ ଏହି ରିଭ୍ୟୁପିଟିସନର ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଆଜି ମଧ୍ୟ ଏହି ମାମଲାର ଚୂଡାନ୍ତ ରାୟ ଆସିବ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.