ETV Bharat / bharat

OTT ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରର ଜବାବ ଲୋଡିଲେ ସୁପ୍ରିମକୋର୍ଟ - ଓଟିଟି ପ୍ଲାଟଫର୍ମ

କୋରୋନା ମହାମାରୀରେ ସମସ୍ତ ସିନେମା ହଲ ବନ୍ଦ ଥିଲାବେଳେ ସମସ୍ତ ଫିଲ୍ମ ଏବଂ ୱେବ ସିରିଜକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯାଇଥିଲା । ତେବେ ଏହି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମକୋର୍ଟ ଗୁରୁବାର ଏକ ଯାଚିକା ଉପରେ କେନ୍ଦ୍ରର ପ୍ରତିକ୍ରିୟା ଲୋଡିଛନ୍ତି।

ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରର ପ୍ରତିକ୍ରିୟା ଲୋଡିଲେ ସୁପ୍ରିମକୋର୍ଟ

author img

By

Published : Oct 15, 2020, 10:06 PM IST

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ମନିଟରିଂ ଏବଂ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅପିଲ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ନୋଟିସ ଜାରି କରିଛନ୍ତି । ଆବେଦନପତ୍ରରେ କୁହାଯାଇଛି ଯେ ଓଟିଟି ପ୍ଲାଟଫର୍ମ କ୍ରମାଗତ ଭାବରେ ଏପରି କାର୍ଯ୍ୟକ୍ରମ ପ୍ରଦର୍ଶନ କରୁଛି ଯାହା ସାମାଜିକ ଏବଂ ନୈତିକ ନୀତି ପାଳନ କରୁନାହିଁ ।

ଓକିଲ ଶଶାଙ୍କ ଶେଖର ଝାଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଟିଟି ପ୍ଲାଟଫର୍ମକୁ କେଉଁ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ଏବଂ କେଉଁଟା ନୁହେଁ ଉକ୍ତ ତାଲିକା ପ୍ରଦାନ କରିଥିଲେ । କିନ୍ତୁ ଓଟିଟି ପ୍ଲାଟଫର୍ମରେ ଏହାକୁ ଅନୁସରଣ କରାଯାଉନାହିଁ ।

ସେଣ୍ଟ୍ରାଲ ବୋର୍ଡ ଫର ରେଗୁଲେସନ ଆଣ୍ଡ ମନିଟରିଂ ଅଫ ଅନଲାଇନ୍ ଭିଡିଓ କଣ୍ଟେଣ୍ଟ (ସିବିଆରଏମଓବିସି) ନାମକ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କହିଛନ୍ତି । ଏହାକୁ ସଚିବ ସ୍ତରର ବରିଷ୍ଠ ଆଇଏଏସ୍ ଅଧିକାରୀ ପରିଚାଳନା କରିବେ । ସିନେମା ଏବଂ ଭିଡିଓ ପ୍ରୋଗ୍ରାମ, ଏକାଡେମିକ୍ସ, ଆଇନଜୀବୀ ତଥା ପ୍ରତିରକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ଉତ୍ପାଦନ ସହିତ ବୋର୍ଡର ଉପଯୁକ୍ତ ପ୍ରତିନିଧିତ୍ୱ ମଧ୍ୟ ରଖିବା ଉଚିତ୍ ବୋଲି ଯାଚିକାରେ କୁହାଯାଇଛି ।

ତେବେ ପ୍ରଧାନ ବିଚାରପତି ଏସ ଏ ବୋବଡେ ଏବଂ ଜଷ୍ଟିସ୍ ଏ ଏସ ବୋପାନ୍ନା ଏବଂ ଭି ରାମ ସୁବ୍ରମଣ୍ୟନ୍ୟାନଙ୍କୁ ନେଇ ଏକ ବେଞ୍ଚ କେନ୍ଦ୍ର ସରକାର, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆକୁ ନୋଟିସ୍ ଜାରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.