ETV Bharat / bharat

ଡାକ୍ତରଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - covid-19

ସୁପ୍ରିମକୋର୍ଟ ବୁଧବାର ସମସ୍ତ ଡାକ୍ତରଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ପୋଲିସ ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

SC
ଡାକ୍ତରଙ୍କୁ ପୋଲିସ ସୁରକ୍ଷା
author img

By

Published : Apr 9, 2020, 12:36 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବୁଧବାର ସମସ୍ତ ଡାକ୍ତରଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ କେନ୍ଦ୍ର, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ପୋଲିସ ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଲୋକଙ୍କ ସ୍କ୍ରିନିଂ ସହ କେଉଁଠି କୋରୋନା ଲକ୍ଷଣ ଦେଖାଗଲେ ସେଠାକୁ ଡାକ୍ତର କିମ୍ବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଯିବାକୁ ପଡୁଛି । ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ପୋଲିସ ସୁରକ୍ଷା ଯୋଗାଇଦେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ବିଚାରପତି ଅଶୋକ ଭୂଷଣ ଓ ଏସ. ରବିନ୍ଦ୍ର ଭଟ୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏପ୍ରିଲ 2ରେ ଇନ୍ଦୋରରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ପଥର ମାଡ ହେବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । ଏହାଛଡା ଗାଜିଆବାଦରେ ମଧ୍ୟ ଡାକ୍ତରଙ୍କ ଅସଦାଚରଣ ମାମଲା ସାମ୍ନାକୁ ଆସିଥିଲା । ଦେଶର ସମସ୍ତ ନାଗିରକଙ୍କୁ ସରକାର, ସ୍ବାସ୍ଥକର୍ମୀଙ୍କ ପ୍ରତି ଦାୟିତ୍ବବାନ ହେବାକୁ ପଡିବ, ସେମାନେ ଦିନରାତି କୋଭିଡ-19 ବିରୋଧରେ ଲଢେଇ ଜାରି ରଖିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଅନ୍ୟପକ୍ଷେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳକୁ ଗାଇଡଲାଇନ ପାଳନ କରିବାକୁ କହିଛନ୍ତି ଓ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀ ସମେତ ଡାକ୍ତରଙ୍କୁ PPE ଯୋଗାଇଦେବାକୁ କହିଛନ୍ତି । ଏହାଛଡା ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.