ETV Bharat / bharat

ନିର୍ଭୟାକୁ କେବେ ନ୍ୟାୟ? ସୁପ୍ରିମକୋର୍ଟରେ ପୁଣି ଶୁଣାଣି - ନିର୍ଭୟା ଗଣଦୁଷ୍କର୍ମ ମାମଲା

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ପୃଥକ ଭାବରେ ଫାଶୀଦଣ୍ଡ ଦେବା ଯାଚିକା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅନ୍ୟପକ୍ଷରେ ଅନ୍ୟତମ ଦୋଷୀ ବିନୟ ଶର୍ମା ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚ୍ୟାଲେଞ୍ଜ କରି ଦାୟର କରିଥିବା ପିଟିସନ ଉପରେ ରାୟ ପ୍ରକାଶ ପାଇବ । ଅଧିକ ପଢନ୍ତୁ...

Nirbhaya convict
ସୁପ୍ରିମକୋର୍ଟ
author img

By

Published : Feb 14, 2020, 10:39 AM IST

ନୂଆଦିଲ୍ଲୀ: 2012 ଡିସେମ୍ବର ମାସରେ ଦେଶକୁ ଦୋହଲାଇ ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଏବେସୁଦ୍ଧା ଫାଶୀଦଣ୍ଡ ଦିଆଯାଇପାରିନାହିଁ । ସୁପ୍ରିମକୋର୍ଟ ପ୍ରାୟ 3 ମାସ ତଳେ ଦୋଷୀଙ୍କୁ ଫେଶୀ ଦେବା ପାଇଁ ଆଦେଶ ଦେଇଥିଲେ । ଏହାପରେ ଦିଲ୍ଲୀର ଟ୍ରାଏଲ କୋର୍ଟ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ଜାନୁଆରୀ 22 ତାରିଖର ଦିନ ନିର୍ଦ୍ଧାରଣ କରିଥିଲେ । କିନ୍ତୁ ଦେଶର ଆଇନ୍‌ ପ୍ରକ୍ରିୟା ଯୋଗୁଁ ଏମାନଙ୍କୁ ଏବେସୁଦ୍ଧା ଫାଶୀଦଣ୍ଡ ମିଳିପାରିନାହିଁ । ଆଇନ୍‌ ପ୍ରକ୍ରିୟାକୁ ଏକ ଚକ୍ରବ୍ୟୁହ ଭଳି ବ୍ୟବହାର କରି ଲଗାତାର ଫାଶୀଖୁଣ୍ଟରୁ ଦୂରେଇ ଯାଉଛନ୍ତି ଦୋଷୀ ।

ଦୋଷୀଙ୍କ ଓକିଲ ସେମାନଙ୍କ ଫାଶୀଦଣ୍ଡକୁ ଘୁଞ୍ଚାଇବା ପାଇଁ ଗୋଟିଏ ପରେ ଗୋଟିଏ ଯାଚିକା ଦାଖଲ କରୁଛନ୍ତି । ସେପଟେ ସେମାନଙ୍କୁ ଖୁବ ଶୀଘ୍ର ଫାଶୀ ଦେବା ପାଇଁ ନିର୍ଭୟାଙ୍କ ପରିବାର ଏବଂ କେନ୍ଦ୍ର ସରକାର ମଧ୍ୟ ଲଗାତାର ଆବେଦନ କରୁଛନ୍ତି । ଏହି କ୍ରମରେ ଆଜି କେନ୍ଦ୍ର ସରକାରଙ୍କ ଏକ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ, ଯେଉଁଥିରେ ଦୋଷୀଙ୍କୁ ପୃଥକ ଭାବରେ ଫାଶୀଦଣ୍ଡ ଦେବାପାଇଁ କୁହାଯାଇଛି । ଯାହାର ଶୁଣାଣି ଆଜି(ଶୁକ୍ରବାର) ସୁପ୍ରିମକୋର୍ଟରେ ହେବ । ସେପଟେ ସରକାରଙ୍କ ଏହି ଆବେଦନ ସମ୍ପର୍କରେ ଦୋଷୀମାନଙ୍କୁ ସେମାନଙ୍କ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଅନ୍ୟପକ୍ଷରେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚ୍ୟାଲେଞ୍ଜ କରି ଦାୟର କରିଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି। ଯାହାର ରାୟ ଆଜି(ଶୁକ୍ରବାର)ପ୍ରକାଶ ପାଇବ। ବିନୟ ତାର ଆବେଦନରେ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡ କରିବା ଲାଗି ମଧ୍ୟ ଉଲ୍ଲେଖ କରିଛି। ଜେଲ୍‌ରେ ନିର୍ଯାତନା କାରଣରୁ ସେ ମାନସିକ ଭାବେ ଭାରସାମ୍ୟ ହରାଇ ବସିଥିବା ବିନୟ ଦର୍ଶାଇଛି। ବିନୟ ପକ୍ଷରୁ ଓକିଲ ଏପି ସିଂହ କୋର୍ଟରେ ଏଭଳି ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷଣ ରଖିଛନ୍ତି । ଶୁକ୍ରବାର ଅପରାହ୍ଣ ୨ଟାରେ ଏହି ରାୟ ପ୍ରକାଶ ପାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.