ନୂଆଦିଲ୍ଲୀ: ଲକଡାଉନ୍ ସମୟରେ କାରଖାନା ଗୁଡିକରେ ନିୟୋଜିତ ଶ୍ରମିକଙ୍କ ବେତନ ବା ମଜୁରୀ ପ୍ରଦାନ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି। ଚାକିରି ଦେଉଥିବା ଓ କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହା ଏକ ପ୍ରସଙ୍ଗ ବୋଲି ସରକାର କହିଛନ୍ତି। ତେଣୁ ଏଥିରେ ହସ୍ତକ୍ଷେପ କରିବା ଆମ ପାଇଁ ଠିକ୍ ନୁହେଁ। ଏହି ସମଗ୍ର ପ୍ରସଙ୍ଗରେ ଶୁଣାଣି ଚାଲିଛି।
ଏହି ମାମଲାର ଶୁଣାଣିବେଳେ ବିଚାରପତି କୌଲ କହିଛନ୍ତି ଯେ ଗୋଟେ ପଟେ ଆପଣ ଦାବି କରୁଛନ୍ତି ଯେ ଆପଣ ଶ୍ରମିକଙ୍କ ପକେଟରେ ଟଙ୍କା ରଖିଛନ୍ତି। ସେହି 20 ହଜାର କୋଟି ଟଙ୍କା କୁଆଡେ ଗଲା ? ଏହା ଉପରେ ଆଟର୍ଣ୍ଣି ଜେନେରାଲ କେ.କେ ବେନୁଗୋପାଲ କହିଛନ୍ତି ଯେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକରେ ଆମେ ସେହି ଅର୍ଥ ବ୍ୟବହାର କରିଛୁ ।
ଏହାକୁ ନେଇ ବିଚାରପତି କୌଲ କହିଛନ୍ତି ଯେ ଆମେ ସରକାରଙ୍କଠାରୁ ସାର୍ଟିଫିକେଟ୍ ନୁହେଁ, ପ୍ରଶ୍ନର ଉତ୍ତର ଚାହୁଁଛୁ । ଏଥି ସହିତ ଓକିଲ ଇନ୍ଦିରା ଜୟସିଂ କହିଛନ୍ତି ଯେ ସ୍ଥାୟୀ କର୍ମଚାରୀ ଓ ଶ୍ରମିକଙ୍କ ଅପେକ୍ଷା ଅସ୍ଥାୟୀ ଶ୍ରମିକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। NDMA ର କଠୋର କାର୍ଯ୍ୟାନ୍ବୟନ ହେତୁ ବର୍ତ୍ତମାନ କାରଖାନା ଗୁଡିକୁ ଶ୍ରମିକ ପରିବହନ ପାଇଁ ଯାନବାହନ ସେବା ଯୋଗାଇବା ଆବଶ୍ୟକ ।