ETV Bharat / bharat

ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦ ମାମଲା: 4 ସପ୍ତାହ ମଧ୍ୟରେ ଉତ୍ତର ଦେବ କେନ୍ଦ୍ର

ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଆଗତ ସମସ୍ତ ଆବେଦନ ଉପରେ 4 ସପ୍ତାହ ଭିତରେ ଜବାବ ରଖବାକୁ କେନ୍ଦ୍ର ସରକାର ଏବଂ ଜମ୍ମୁ-କାଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଫାଇଲ ଫଟୋ
author img

By

Published : Oct 1, 2019, 1:51 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଗତ ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣିରେ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଆଗତ ସମସ୍ତ ଆବେଦନ ଉପରେ 4 ସପ୍ତାହ ଭିତରେ ଜବାବା ରଖବାକୁ କେନ୍ଦ୍ର ସରକାର ଏବଂ ଜମ୍ମୁ-କାଶ୍ମୀର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର 14 ରେ ହେବ ।

ଜଷ୍ଟିସ ଏନ.ଭି ରମଣଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ମଙ୍ଗଳବାର ଏହି ମାମଲାର ଶୁଣାଣି କରିଥିଲେ । ଶୁଣାଣି ସମୟରେ ଆବେଦନକାରୀଙ୍କ ଅଭିଯୋଗର ଜବାବ ଦେବା ପାଇଁ ଆଟର୍ଣ୍ଣି ଜେନେରାଲ୍‌ କେ କେ ଭାନୁଗୋପାଲ କୋର୍ଟଙ୍କୁ ୪ ସପ୍ତାହ ସମୟ ମାଗିଥିଲେ । ଜମ୍ମୁ-କାଶ୍ମୀର ପ୍ରଶାସନ ପକ୍ଷରୁ ମାମଲା ଲଢ଼ୁଥିବା ଜେନେରାଲ ତୁଷାର ମେହେତା ମଧ୍ୟ ସମାନ ସମୟ ଅବଧି ମାଗିଥିଲେ। ତେବେ ଖଣ୍ଡପୀଠ କେନ୍ଦ୍ର ଆବେଦନକୁ ଗ୍ରହଣ କରିବା ସହ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଛନ୍ତି।

ଅଗଷ୍ଟ ୫ ତାରିଖରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ସହ ଜମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାର ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ଦାଖଲ ହୋଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.