ETV Bharat / bharat

ସାବରୀମାଳା ମାମଲା: ପୁନଃଯାଚିକାରେ ଶୁଣାଣି କରିବେନି ସୁପ୍ରିମକୋର୍ଟ - sabarimala issue

ସାବରୀମାଳାରେ ମହିଲାଙ୍କ ପ୍ରବେଶ ସହ ବିଭିନ୍ନ ଧାର୍ମିକ ରୀତିନିତୀରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ମାମଲାରେ ବରିଷ୍ଠ ଆଇନଜୀବୀଙ୍କୁ ବୈଠକ କରି ଏକ ପ୍ରଶ୍ନ ଫ୍ରେମ ତିଆରି କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଜାଣନ୍ତୁ ସମ୍ପିର୍ଣ୍ଣ ଘଟଣା...

sabarimala-issue
ସୁପ୍ରିମକୋର୍ଟ
author img

By

Published : Jan 14, 2020, 12:05 AM IST

ନୂଆଦିଲ୍ଲୀ: ଚାରି ବରିଷ୍ଠ ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ । ସାବରୀମାଳାରେ ମହିଲାଙ୍କ ପ୍ରବେଶ ସହ ବିଭିନ୍ନ ଧାର୍ମିକ ରୀତିନିତୀରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ମାମଲାରେ ବରିଷ୍ଠ ଆଇନଜୀବୀଙ୍କୁ ବୈଠକ କରି ଏକ ପ୍ରଶ୍ନ ଫ୍ରେମ ତିଆରି କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ଖଣ୍ଡପୀଠ ଏଭଳି ମାମଲାରେ ଆସିଥିବା 60ଟି ଯାଚିକା ଉପରେ ଶୁଣାଣି କରିବେ ବୋଲି ଆଜି ସୁ୍ପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

ସାବରିମାଳା ମନ୍ଦିରରେ ସମସ୍ତ ବର୍ଗର ମହିଳାଙ୍କ ପ୍ରବେଶ ବିରୋଧରେ ଆବେଦନ ହୋଇଥିବା ପୁନଃଯାଚିକାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ହେଲେ ଏହି ଶୁଣାଣି ସାବରୀମାଲା ମାମଲାରେ ଆବେଦନ କରାଯାଇଥିବା ରିଭ୍ୟୁ ପିଟିସନ୍‌ର ଶୁଣାଣି ନୁହେଁ ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସ୍ପଷ୍ଟ କରିଛନ୍ତି। ଏହା ପରିବର୍ତ୍ତେ କୋର୍ଟ ଧାର୍ମିକ ପରମ୍ପରାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ସହ ଜଡିତ ମାମଲାର ଶୁଣାଣି କରିବେ । ଏହି ଶୁଣାଣି ମହିଳାଙ୍କ ମସଜିଦ୍‌ ପ୍ରବେଶ, ଦାଉଦୀ ବୋହରା ସମ୍ପ୍ରଦାୟରେ ନାରୀଙ୍କ ଗୁପ୍ତାଙ୍ଗ ଛେଦନ ଏବଂ ଅଣ ପାର୍ସୀଙ୍କ ବିବାହ କରିଥିବା ପାର୍ସୀଙ୍କ ମହିଳା ମନ୍ଦିର ପ୍ରବେଶ ଆଦି ଉପରେ ହେବ।

ତେବେ ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି କେଉଁ ପ୍ରଶ୍ନ ଆଧାରରେ ହେବ, କେଉଁ ଓକିଲ କେଇଁ ପ୍ରସଙ୍ଗ ଉପରେ ଯୁକ୍ତି ବାଢିବେ ସେନେଇ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ସମସ୍ତ ଓକିଲଙ୍କ ସହ ବୈଠକ କରି ଏକ ଟାଇମ ଫ୍ରେମ ନିର୍ଣ୍ଣୟ କରିବେ । ଓକିଲମାନେ ଆସନ୍ତା ଜାନୁଆରୀ ୧୭ ତାରିଖରେ ଏହି ବୈଠକ କରି ପ୍ରସଙ୍ଗ ଚୂଡ଼ାନ୍ତ କରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ କହିଛନ୍ତି।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.