ETV Bharat / bharat

କୋରୋନା ଯୋଦ୍ଧାଙ୍କୁ ଠିକ ସମୟରେ ଦରମା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

କୋରୋନା ଯୁଦ୍ଧରେ ଜଡିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦରମା ଠିକ୍ ସମୟରେ ପ୍ରଦାନ କରାଯିବା ନେଇ ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ରକୁ କହିଛନ୍ତି ।

author img

By

Published : Jul 31, 2020, 3:33 PM IST

_sc
କୋରୋନା ଯୋଦ୍ଧାଙ୍କୁ ଠିକ ସମୟରେ ଦରମା ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୋରୋନା ଯୋଦ୍ଧାଙ୍କୁ ସଠିକ ସମୟରେ ବେତନ ଦିଆଯାଉଥିବା ନେଇ ସୁନିଶ୍ଚିତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଲେ ସୁପ୍ରମିକୋର୍ଟ । କୋରୋନା ଯୁଦ୍ଧରେ ଜଡିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଦରମା ଠିକ୍ ସମୟରେ ପ୍ରଦାନ କରାଯିବା ନେଇ ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ରକୁ କହିଛନ୍ତି ।

ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଏକ ବେଞ୍ଚ ଆଗାମୀ ଅଗଷ୍ଟ 10 ସୁଦ୍ଧା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ସେମାନଙ୍କ ଦରମା ପ୍ରଦାନ କରିବାକୁ ନିଶ୍ଚିତ କରିବାକୁ କେନ୍ଦ୍ରକୁ କହିଛନ୍ତି ।

ପଞ୍ଜାବ, ମହାରାଷ୍ଟ୍ର, ତ୍ରିପୁରା ଏବଂ କର୍ଣ୍ଣାଟକ କୋରୋନା ଯୋଦ୍ଧାଙ୍କୁ ଠିକ ସମୟରେ ଦରମା ଦେଉନଥିବା ନେଇ କେନ୍ଦ୍ର ସୁପ୍ରିମକୋର୍ଟକୁ ଜଣାଇଥିଲେ । ଏହାପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ର ପକ୍ଷରୁ ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେତା ବେଞ୍ଚକୁ କହିଛନ୍ତି, ଏହି ନିର୍ଦ୍ଦେଶନାମା ଜାରି ହେବା ସତ୍ତ୍ବେ ଏହି ଚାରିଟି ରାଜ୍ୟ ଏହାକୁ କାର୍ଯ୍ୟକାରୀ କରିନାହାଁନ୍ତି । ଏହାପରେ ବେଞ୍ଚ କହିଛନ୍ତି ଯେ, ରାଜ୍ୟମାନେ ଏହି ନିର୍ଦ୍ଦେଶନାମା ପାଳନ କରିଛନ୍ତି କି ନାହିଁ ତାହା କେନ୍ଦ୍ର ସୁନିଶ୍ଚିତ ହେବା ଆବଶ୍ୟକ ରହିଛି ।

ଏଥିସହ ସୁପ୍ରିମକୋର୍ଟ କହିଛନ୍ତି, କେନ୍ଦ୍ର ଅସହାୟ ନୁହଁ। ଆଦେଶ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା କେନ୍ଦ୍ର ତଦାରଖ କରିବା ଆବଶ୍ୟକ । ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ତୁମକୁ ଏହି ଶକ୍ତି ମିଳିଛି। ଆପଣ ମଧ୍ୟ ଏହା ଉପରେ ପଦକ୍ଷେପ ନେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ରକୁ କହିଛନ୍ତି ।

କୋରୋନା ଯୋଦ୍ଧାଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ କରିବାକୁ ଦାବି କରୁଥିବା ଡ. ଆରୁଶି ଜୈନଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.