ETV Bharat / bharat

‘ରାହୁଲ ଗାନ୍ଧୀ ରାଜନୀତିରେ ନାବାଳକ’ - Rahul Gandhi

ସତ୍ୟ ପାଲ ସମଗ୍ର କଂଗ୍ରେସ ଦଳକୁ ମଧ୍ୟ ସମାଲୋଚନା କରିଛନ୍ତି । ଏପର୍ଯ୍ୟନ୍ତ ଧାରା 370 ଉଚ୍ଛେଦ ଉପରେ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନଥିବାରୁ ସେ କଂଗ୍ରେସ ନେତାଙ୍କ ଉପରେ ବର୍ଷିଛନ୍ତି ।

ଫାଇଲ ଫଟୋ
author img

By

Published : Aug 29, 2019, 7:42 AM IST

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ରାଜ୍ୟପାଳ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ବାକଯୁଦ୍ଧ ଜାରି ରହିଛି । କାଶ୍ମୀରରେ ଧାରା 370 ଉଚ୍ଛେଦ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ଏବେ ବି ଲାଗି ରହିଛି । ରାହୁଲଙ୍କ ଉପରେ ସଦ୍ୟ ଆକ୍ରମଣ କରି ରାଜ୍ୟପାଳ ସତ୍ୟ ପାଲ ମଲିକ ତାଙ୍କୁ ରାଜନୀତିରେ ନାବାଳକ ବୋଲି କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସତ୍ୟ ପାଲ କହିଛନ୍ତି ଯେ ରାହୁଲ ଦେଶର ଏକ ପ୍ରତିଷ୍ଠିତ ପରିବାରରୁ ଆସିଛନ୍ତି । କିନ୍ତୁ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ତାଙ୍କ ବ୍ୟବହାର ଏକ ଛୋଟ ପିଲା ଭଳି । ସେ ରାଜନୀତିର ଜଣେ ନାବାଳକ ଭଳି ବ୍ୟବହାର କରିଛନ୍ତି । ଯେତେବେଳେ ତାଙ୍କ ଦଳର ଅଧୀର ରଞ୍ଜନ ଚୌଧୁରୀ ସଂସଦରେ କାଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଙ୍ଘ ସହ ଯୋଡୁଥିଲେ, ସେତେବେଳେ ରାହୁଲ ତାଙ୍କୁ ରୋକିବାର ଥିଲା । ନିଜ ଦଳର ନେତାଙ୍କୁ ଗାଳି ଦେଇ ସେ ତାଙ୍କୁ ଚୁପ କରିବାର ଥିଲା ବୋଲି ମଲିକ କହିଛନ୍ତି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ସେତେବେଳେ ରାହୁଲଙ୍କ ଚୁପ ରହିବାର ନିଷ୍ପତ୍ତି ଏବେ ତାଙ୍କୁ ମହଙ୍ଗା ପଡିଛି । ସେଥିପାଇଁ ପାକିସ୍ତାନ ଜାତିସଙ୍ଘକୁ ପଠାଇଥିବା ଚିଠିରେ ତାଙ୍କ ନାମ ଓ ମନ୍ତବ୍ୟ ଉଲ୍ଲେଖ ରହିଛି । ନିଜ ଦଳର ନେତାଙ୍କୁ ଚୁପ କରିନଥିବାରୁ ସେ ଏବେ ଅଡୁଆରେ ପଡିଛନ୍ତି ବୋଲି ଜମ୍ମୁ ଓ କାଶ୍ମୀର ରାଜ୍ୟପାଳ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାହୁଲଙ୍କ ନାମ ପାକିସ୍ତାନ ପଠାଇଥିବା ଚିଠିରେ ଆସିବାରୁ ସାରା ଦେଶରେ ହଙ୍ଗାମା ସୃଷ୍ଟି ହୋଇଛି । ବିଜେପି ଏନେଇ ରାହୁଲଙ୍କୁ ଟାର୍ଗେଟ କରିଥିବାବେଳେ କଂଗ୍ରେସ ଏହା ଉପରେ ସ୍ପଷ୍ଟୀକରଣ ଦେଇଛି ।

ତେବେ ସତ୍ୟ ପାଲ ସମଗ୍ର କଂଗ୍ରେସ ଦଳକୁ ମଧ୍ୟ ସମାଲୋଚନା କରିଛନ୍ତି । ଏପର୍ଯ୍ୟନ୍ତ ଧାରା 370 ଉଚ୍ଛେଦ ଉପରେ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନଥିବାରୁ ସେ କଂଗ୍ରେସ ନେତାଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରତିଦ୍ବନ୍ଦୀଙ୍କୁ କିଛି କହିବାର ନାହିଁ । ସେମାନେ କେବଳ ଏତିକି କହିବେ ଯେ କଂଗ୍ରେସ ଧାରା 370କୁ ସମର୍ଥନ କରୁଛି । ବାକି କାମ ଲୋକେ କରିବେ । ଜନତା ଏହି ସମର୍ଥନକାରୀ କଂଗ୍ରେସ ନେତାଙ୍କୁ ଜୋତାରେ ପିଟିବେ ବୋଲି ସତ୍ୟ ପାଲ କହିଛନ୍ତି ।

କାଶ୍ମୀରରେ ଧାରା 370 ଉଚ୍ଛେଦ ନିଷ୍ପତ୍ତିକୁ ନେଇ ରାହୁଲ ଓ ସତ୍ୟ ପାଲଙ୍କ ମଧ୍ୟରେ ବାକ ଲଢେଇ କେବେଠୁ ଲାଗି ରହିଛି । ପ୍ରଥମେ କାଶ୍ମୀର ପରିସ୍ଥିତି ନେଇ ରାହୁଲ ସତ୍ୟ ପାଲଙ୍କୁ ଟାର୍ଗେଟ କରିଥିଲେ । ଏହାପରେ ରାଜ୍ୟପାଳ ତାଙ୍କୁ କାଶ୍ମୀର ଆସିବାକୁ ନିମନ୍ତ୍ରଣ କରିଥିଲେ । ତେବେ ରାହୁଲ ଅନ୍ୟ ବିରୋଧୀ ନେତାଙ୍କ ସହ କାଶ୍ମୀର ଗସ୍ତରେ ଆସିଥିଲେ ମଧ୍ୟ ତାଙ୍କୁ ଏୟାରପୋର୍ଟରୁ ଫେରାଇ ଦିଆଯାଇଥିଲା । ଯାହାକୁ ନେଇ ସେ ପୁଣି ସତ୍ୟ ପାଲଙ୍କୁ ବିରୋଧ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.