ନୂଆଦିଲ୍ଲୀ: ବିଜେପିର ବିଦ୍ରୋହୀନେତା ତଥା ପାଟନା ସାହିବର ସାଂସଦ ଶତୃଘ୍ନ ସିହ୍ନାଙ୍କ କଂଗ୍ରେସରେ ମିଶିବେ । ଦୀର୍ଘଦିନରୁହାତ ଧରିବାକୁ ନେଇ ଚାଲିଥିବା ସସପେନ୍ସରୁ ଉଠିଲା ପରଦା। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ମାର୍ଚ୍ଚ 28 ରେ ସେ କଂଗ୍ରେସରେ ଯୋଗ ଦେବା ନେଇଜଣାପଡିଛି । ଏନେଇ ବିହାର କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଅଖିଳେଶ ପ୍ରସାଦ ସିଂହ ସୂଚନା ଦେଇଛନ୍ତି ।
ବିଜେପିରେ ରହି ମଧ୍ଯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସରକାରଙ୍କ ବିରୋଧରେ ଲଗାତାର ବିଷ ଓଗାଳୁ ଥିବାରୁଚଳିତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍ ଦେଇନଥିଲା । ସିହ୍ନାଙ୍କ ବଦଳରେ ଦଳ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପାଟନା ସାହିବର ଟିକେଟ୍ ଦେଇଥିଲା । ତେବେ କଂଗ୍ରେସରେ ଯୋଗ ଦେବା ପରେ ସେ ପାଟନା ସାହିବରେ ହିଁ ରବିଶଙ୍କରଙ୍କୁ ଟକ୍କର ଦେବାଲାଗି ମୈଦାନରେ ଓହ୍ଲାଇବେ ବୋଲି ଜଣା ପଡିଛି ।
ତେବେ ରବିବାର ସିହ୍ନା ଟ୍ବିଟ୍ କରି କଂଗ୍ରେସରେ ସାମିଲ ହେବାର ସଙ୍କେତ ଦେଇଥିଲେ । କଂଗ୍ରେସ ଯୁକ୍ତ ଭାରତର ସମୟ ଆସିଯାଇଛି ବୋଲି ସେ ନିଜ ଟ୍ବିଟ୍ରେ ଲେଖିଥିଲେ ।