ETV Bharat / bharat

ଘରେ ନପଶୁଣୁ ବାଜିଲା ଚାଳ, ଶତ୍ରୁଘ୍ନଙ୍କ ଶତ୍ରୁ ସାଜିଲେ କଂଗ୍ରେସ ନେତା

ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ବିଷ ଓଗାଳିଲେ ଲକ୍ଷ୍ନୌ କଂଗ୍ରେସ ପ୍ରାର୍ଥୀ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ । କହିଲେ ଶତ୍ରୁଘ୍ନ ପାଳନ କରୁନାହାଁନ୍ତି 'ପାର୍ଟି ଧର୍ମ' ।

ଫଟୋ ସୌଜନ୍ୟ: ଏଏନ୍ଆଇ
author img

By

Published : May 18, 2019, 2:13 PM IST

ଲକ୍ଷ୍ନୌ: କଂଗ୍ରେସ ନେତାଙ୍କ ଟାର୍ଗେଟରେ ଖୋଦ୍ କଂଗ୍ରେସ ନେତା । ବିଜେପିରୁ ବହିଷ୍କୃତ ହୋଇ ଗତ କିଛିଦିନ ତଳେ ହାତ ଧରିଥିଲେ ଶତ୍ରୁଘ୍ନ । ବିହାରୀବାବୁଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଲକ୍ଷ୍ନୌ ଲୋକସଭା ପ୍ରାର୍ଥୀ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ।

ପ୍ରମୋଦ କହିଛନ୍ତି ଶତ୍ରୁଘ୍ନ କଂଗ୍ରେସର ଧର୍ମକୁ ପାଳନ କରୁନାହଁନ୍ତି । ଏ ରାଜନୀତିକୁ ବହୁତ ଖାମଖିଆଲ ଭାବେ ନେଉଛନ୍ତି । ରାହୁଲ ଗାନ୍ଧୀ ରାଲି କରିବା ସମୟରେ 'ପାର୍ଟି ଧର୍ମ' ପାଳନ କରୁଛନ୍ତି କିନ୍ତୁ ଶତ୍ରୁଘ୍ନ ସେହି ସେହି ରାଲିରେ ପାର୍ଟିର ନିୟମକୁ ଖଣ୍ଡନ କରୁଛନ୍ତି । ରାହୁଲ ଗାନ୍ଧୀ ଯେପରି ବିହାରୀ ନେତାଙ୍କୁ ସମ୍ମାନ ଦେଉଛନ୍ତି, ସେ ସେହିପରି କଂଗ୍ରେସକୁ ସମ୍ମାନ ଦେବା ଶିଖନ୍ତୁ ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ ସମାଜବାଦୀ ପାର୍ଟିରୁ ଶତ୍ରୁଘ୍ନଙ୍କ ପତ୍ନୀ ପୁନମ୍ ସିହ୍ନା ଟିକେଟ ପାଇଥିବା ବେଳେ, ଶତ୍ରୁଘ୍ନ କଂଗ୍ରେସରୁ ବିହାରର ସାହିବ ଲୋକସଭା ଆସନରୁ ଟିକେଟ ପାଇଛନ୍ତି । ଯାହାକୁ ନେଇ ପ୍ରଥମରୁ ବିରୋଧ କରି ଆସୁଛନ୍ତି ଆଚାର୍ଯ୍ୟ ପ୍ରମୋଦ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.