ETV Bharat / bharat

AIADMK ପୂର୍ବତନ ନେତ୍ରୀ ଶଶୀକଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ଼ା ମୁନ୍ନେତ୍ରା କଜାଘମ(AIADMK) ପୂର୍ବତନ ନେତ୍ରୀ ଶଶୀକଳା ଗତ ସପ୍ତାହରେ କୋଭିଡ଼-19 ପଜିଟିଭ୍ ଚିହ୍ନଟ ହେବା ପରେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅଧିକ ପଢନ୍ତୁ...

author img

By

Published : Jan 26, 2021, 7:20 PM IST

Sasikala is stable and comfortable and is taking oral food normally: Doctors
AIADMK ପୂର୍ବତନ ନେତ୍ରୀ ସସିକଲାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର

ବେଙ୍ଗାଲୁରୁ: ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ଼ା ମୁନ୍ନେତ୍ରା କଜଘମ(AIADMK) ପୂର୍ବତନ ନେତ୍ରୀ ଶଶୀକଳା ଗତ ସପ୍ତାହରେ କୋଭିଡ଼-19 ପଜିଟିଭ୍ ଚିହ୍ନଟ ହୋଇଥିଲେ । ତେବେ ସେ ବର୍ତ୍ତମାନ ସଚେତନ ଏବଂ ସତର୍କ ଅଛନ୍ତି ବୋଲି ବେଙ୍ଗାଲୁରୁ ମେଡିକାଲ କଲେଜ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (BMCRI) ଡାକ୍ତରମାନେ ମଙ୍ଗଳବାର ସୂଚନା ଦେଇଛନ୍ତି।

ବେଙ୍ଗାଲୁରୁ ମେଡିକାଲ କଲେଜ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ କର୍ଣ୍ଣାଟକର ଡାକ୍ତରମାନେ କହିଛନ୍ତି ଯେ ଶଶୀକଳାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ସାଧାରଣତଃ ସେ ମୌଖିକ ଖାଦ୍ୟ ଗ୍ରହଣ କରୁଛନ୍ତି । ତାଙ୍କୁ କୋଭିଡ-19 ଲାଗି ପ୍ରୋଟୋକଲ୍ ଅନୁଯାୟୀ ଚିକିତ୍ସା କରାଯାଉଛି ଏବଂ ତାଙ୍କୁ ନିରନ୍ତର ନଜରରେ ରଖାଯାଇଛି ।

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଥିବା ଶଶୀକଳା ଅସୁସ୍ଥତା ଅନୁଭବ କରିବା ସହିତ ତାଙ୍କ ରକ୍ତ ଅମ୍ଳଜାନ ସାଧାରଣ ସ୍ତରରୁ କମ୍ ହେବା ପରେ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେ ଜ୍ବର, କାଶ ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା କହିଥିଲେ । ଏକ ସିଟି ସ୍କାନ୍ ପରେ ସେ କୋରୋନା ପଜିଟିଭ ବୋଲି ଜଣାପଡିଥିଲା । ତେବେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ବେଆଇନ ଭାବେ ସମ୍ପତ୍ତି ହଡ଼ପ କରିବା ମାମଲାରେ ଶଶୀକଳା ଚାରି ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ତାଙ୍କ ଓକିଲଙ୍କ ଅନୁଯାୟୀ ସେ 2021ମସିହା 27 ଜାନୁୟାରୀ ମସିହାରେ ଜେଲରୁ ବାହାରକୁ ଯିବାକୁ ସ୍ଥିର କରିଥିଲେ । ଏହାପୂର୍ବରୁ ଶଶୀକଳାଙ୍କ ଓକିଲ ରାଜା ସେଣ୍ଠୁର ପାଣ୍ଡିଆନ କହିଛନ୍ତି ଯେ ତାଙ୍କ ରିଲିଜ୍ ତାରିଖରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ଶଶୀକଳା 1991-1996 ମସିହାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଜେ ଜୟଲଳିତାଙ୍କ କାର୍ଯ୍ୟକାଳ ମଧ୍ୟରେ 66.65 କୋଟି ଟଙ୍କାର ଆନୁପାତିକ ସମ୍ପତ୍ତି ସଂଗ୍ରହ କରିବା ମାମଲାରେ ଜଡିତ ଥିଲେ । 2013 ମସିହା ସେପ୍ଟେମ୍ବରରେ ଏକ ସ୍ବତନ୍ତ୍ର କୋର୍ଟ ଜୟଲଳିତାଙ୍କୁ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତାଙ୍କୁ 100 କୋଟି ଟଙ୍କା ଜୋରିମାନା ଦିଆଯିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା । ଏହି ତିନି ସହ-ଅଭିଯୁକ୍ତ ଭି.କେ ସସିକଲା, ଭି.ଏନ ସୁଧାକରନ ଏବଂ ଜେ ଇଲାଭରସୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେମାନଙ୍କୁ ପ୍ରତ୍ୟେକଙ୍କୁ 10 କୋଟି ଟଙ୍କା ଜୋରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.