ETV Bharat / bharat

ଲୌହମାନବଙ୍କ ନାମରେ ‘ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର’ ପ୍ରାରମ୍ଭ - sardar patel national unity award

ଚଳିତ ବର୍ଷ ‘ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର’ ପୁରସ୍କାର ପ୍ରଦାନର ପ୍ରାରମ୍ଭ କରାଯିବ । ଏହି ପୁରସ୍କାର ରାଷ୍ଟ୍ରୀୟ ଏକତା ଦିବସ, ଅର୍ଥାତ ଅକ୍ଟୋବର 31 ଲୌହମାନବଙ୍କ ଜୟନ୍ତୀରେ ପ୍ରଦାନ କରାଯିବ । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Sep 25, 2019, 8:47 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ବ୍ୟକ୍ତି ବିଶେଷ ଓ ସଂସ୍ଥାଙ୍କୁ ପଦ୍ମ ପୁରସ୍କାର ଭଳି ଏଣିକି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାମରେ ସର୍ବୋଚ୍ଚ ନାଗରିକ ପୁରସ୍କାର ଆରମ୍ଭ ପ୍ରଦାନ କରିବେ । ‘ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର’ ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି । ଗୃହ ମନ୍ତ୍ରଣାଳୟ ଏହାକୁ ନେଇ ଏକ ଅଧିସୂଚନା ଜାରି କରିଛି । ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନର ପ୍ରାରମ୍ଭ କରାଯିବ । ଏହି ପୁରସ୍କାର ରାଷ୍ଟ୍ରୀୟ ଏକତା ଦିବସ ଅର୍ଥାତ ଅକ୍ଟୋବର 31 ଲୌହମାନବଙ୍କ ଜୟନ୍ତୀରେ ପ୍ରଦାନ କରାଯିବ ।

ଏହି ପୁରସ୍କାର ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ପୁରସ୍କାର ଚୟନ ସମିତିର ଗଠନ କରାଯିବ । ଏଥିରେ ସଦସ୍ୟ ଭାବେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ରାଷ୍ଟ୍ରପତିଙ୍କ ସଚିବ, ଗୃହସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଚୟନ କରାଯାଇଥିବା ତିନି ଚାରି ଜଣ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହେବେ । ପ୍ରତିବର୍ଷ ଅଧିକତମ ଭାବେ ତିନି ଜଣଙ୍କୁ ଏହି ପଦକ ମିଳିବ ।

ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ବାରା ତାଙ୍କ ସ୍ବାକ୍ଷର ଓ ମୋହର ଥିବା ଏକ ସନନ୍ଦ ରୂପେ ପ୍ରଦାନ କରାଯିବ । ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ପୁରସ୍କାର ସମାରୋହ ସହିତ ଏକ ପୁରସ୍କାର ସମାରୋହରେ ରାଷ୍ଟ୍ରପତିଙ୍କ ଦ୍ବାରା ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ସ୍ବରୁପ ଏକ ସୁନା ଓ ଚାନ୍ଦି ନିର୍ମିତ ପଦକ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯିବ । ଏହାର ନିର୍ମାଣ ପଦ୍ମ ପତ୍ର ସଦୃଶ ରହିବ । ଏହାର ଉଚ୍ଚତା 6 ସେମି ଓ ଓସାର 2-6 ସେମି ରହିବ । ସେହିପରି ମୋଟେଇ 4 ମିଲିମିଟର ରହିବ ତଥା ଏଥିରେ ହିନ୍ଦୀରେ ସରଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର ଲେଖାଯିବ ।

ପୁରସ୍କାରରେ ଏକ ପଦକ ଏବଂ ସମ୍ବର୍ଦ୍ଧନା ପତ୍ର ରହିବ । ଏହି ପୁରସ୍କାରରେ କୌଣସି ଅନୁଦାନ କିମ୍ବା ନଗଦ ରାଶି ପ୍ରଦାନ କରାଯିବ ନାହିଁ । ଗୋଟିଏ ବର୍ଷ ମଧ୍ୟରେ ତିନିରୁ ଅଧିକ ପୁରସ୍କାର ଦିଆଯିବ ନାହିଁ ।

ଗୃହ ମନ୍ତ୍ରାଳୟର ଅଧିସୂଚନା ଅନୁସାରେ ଜାତି, ଧର୍ମ, ବୃତ୍ତି, ପଦ ପଦବୀ, ଲିଙ୍ଗ, ଜନ୍ମସ୍ଥାନ, ବୟସ କିମ୍ବା କୌଣସି ପ୍ରକାରର ଭେଦଭାବ ବିନା ଦେଶ ପାଇଁ ଉତ୍କୃଷ୍ଟ କାର୍ଯ୍ୟକରୁଥିବା ବ୍ୟକ୍ତି, ସଂସ୍ଥା ଏହି ପୁରସ୍କାରର ହକଦାର ରହିବେ । ଏହି ପୁରସ୍କାର ମରଣୋତ୍ତର ଭାବରେ ମଧ୍ୟ ଦିଆଯାଇପାରିବ ।

ଭାରତସ୍ଥିତ ଯେକୌଣସି ଭାରତୀୟ ନାଗରିକ କିମ୍ବା ସଂସ୍ଥା କିମ୍ବା ସଙ୍ଗଠନ ଏହି ପୁରସ୍କାର ଲାଗି ଯେକୌଣସି ବ୍ୟକ୍ତିର ନାମାଙ୍କନ ଦାଖଲ କରିପାରିବେ । ଏହି ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ନାମ ସରକାରଙ୍କ ଗେଜେଟରେ ପ୍ରକାଶିତ କରାଯିବ । ରାଷ୍ଟ୍ରପତିଙ୍କ ଆଦେଶ ପରେ ଏହି ସମ୍ବନ୍ଧୀୟ ଏକ ରେଜିଷ୍ଟ୍ରର ମଧ୍ୟ ରଖାଯିବ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.