ନୂଆଦିଲ୍ଲୀ: କୋଲକାତାର ପୂର୍ବ କମିଶନର ରାଜୀବ କୁମାରଙ୍କ ବଢିଲା ଅଡୁଆ। ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜୀବଙ୍କୁ ପଚାରା ଉଚାରା କରାଯାଇଥିବା ସମ୍ପର୍କିତରିପୋର୍ଟ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ହସ୍ତାନ୍ତର କରିଥିଲା ସିବିଆଇ । ତେବେ ରାଜୀବଙ୍କ ବିରୋଧରେ ଲାଗିଥିବା ଆରୋପ ଅତ୍ୟନ୍ତ ଗମ୍ଭୀର ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ପ୍ରଧାନ ବିଚାରପତିରଞ୍ଜନ ଗୋଗାଇ, ବିଚାରପତି ଦୀପକ ଗୁପ୍ତା ଏବଂ ବିଚାରପତି ସଞ୍ଜୀବ ଖାନ୍ନାଙ୍କ3 ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଥଲେ । ଅତ୍ୟନ୍ତ ଗମ୍ଭୀର ତଥା ଗୁରୁତ୍ବପୁର୍ଣ୍ଣ ତଥ୍ୟ,କୋର୍ଟରେ ଉପସ୍ଥାପନା କରାଗଲେ ତାକୁ ଅଣଦେଖା କରାଯିବ ନାହିଁ ବେଲି ଖଣ୍ଡପୀଠ କହିଛନ୍ତି। ଏହା ସହିତ ରାଜୀବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିବାକୁ ତଦନ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି । ଅବେଦନ ପାଇଁ ସିବିଆଇକୁ 10 ଦିନର ସମୟ ଦିଆଯାଇଛି । ତେବେ ଏହା ପରେ ରାଜୀବ କୁମାର ଏବଂ ଏହି ମାମଲାରେ ସମ୍ପୃକ୍ତ ଅନ୍ୟମାନେ 7 ଦିନ ଭିତରେ ନିଜର ଜବାବ ଦାଖଲ କରିପାରିବେବୋଲି କୋର୍ଟ କହିଛନ୍ତି ।
ସାରଦା ଚିଠଫଣ୍ଡ ଦୁର୍ନୀତିର ତଦନ୍ତ ଦାୟିତ୍ବ ପ୍ରଥମେ ରାଜୀବ କୁମାରଙ୍କ ନେତୃତ୍ବରେ ଗଠିତ ଟିମ୍କୁ ଦିଆଯାଇଥିଲା । ତେବେ ସିବିଆଇ ରିପୋର୍ଟ ବନ୍ଦ ଲଫାପାରେ ଦାୟର କରାଯାଇଥିବାରୁ ଅନ୍ୟ ପକ୍ଷକୁ ନଶୁଣିବା ଯାଏଁ କୌଣସି ଆଦେଶ ପାରିତ କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି ।
ସୂଚନା ଯୋଗ୍ୟ, ସାରଦା ଚିଟଫଣ୍ଡ ଦୁର୍ନୀତିର ତଦନ୍ତରେ ସହଯୋଗ ନକରିବା ଏବଂ କଥିତ ରୂପରେ ପ୍ରମାଣ ନଷ୍ଟ କରିବା ମାମଲାରେ ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକ ତଥା ତତ୍କାଳୀନ କଲକତା ପୁଲିସ କମିଶନରଙ୍କ ସମେତ କେତେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଦାଲତଅବମାନନା ମାମଲାର ଶୁଣାଣି କରୁଛନ୍ତି ସୁପ୍ରିମକୋର୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ