ETV Bharat / bharat

ଗୋଟିଏ ଦିନରେ ଦରମା ପାଇବେ ପ୍ରାଇଭେଟ କର୍ମଚାରୀ, ଲାଗୁ ହେବ 'ୱାନ ନେସନ ୱାନ ପେ’ ଫର୍ମୁଲା

author img

By

Published : Nov 15, 2019, 9:22 PM IST

କେନ୍ଦ୍ର ସରକାର 'ଏକ ରାଷ୍ଟ୍ର ଏକ ବେତନ ଦିବସ' ଯୋଜନା ଲାଗୁ କରିବା ଉପରେ ବିଚାର କରୁଥିବା କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ସାରା ଦେଶରେ ସମାନ ବ୍ୟବସ୍ଥା ରହିବା ଦରକାର । ଏହି ବ୍ୟବସ୍ଥା ଅନୁସାରେ ପ୍ରତିଟି ଉଦ୍ୟୋଗର ସବୁ ବର୍ଗର କର୍ମଚାରୀ ଏବଂ ଶ୍ରମିକଙ୍କୁ ଗୋଟିଏ ଦିନରେ ଦରମା ମିଳିବା ଉଚିତ। ଯାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 'ଏକ ରାଷ୍ଟ୍ର ଏକ ବେତନ ଦିବସ' ଯୋଜନା ଲାଗୁ କରିବା ଉପରେ ବିଚାର କରୁଥିବା କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ।

ଶୁକ୍ରବାର ସେଣ୍ଟ୍ରାଲ ଏସୋସିଏସନ ଅଫ ପ୍ରାଇଭେଟ ସିକ୍ୟୁରିଟି ଇଣ୍ଡଷ୍ଟ୍ରୀ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, କେନ୍ଦ୍ର ସରକାର 'ଏକ ରାଷ୍ଟ୍ର ଏକ ବେତନ ଦିବସ' ଯୋଜନା ଲାଗୁ କରିବା ଉପରେ ବିଚାର କରୁଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବଶୀଘ୍ର ଆଇନ ପ୍ରସ୍ତୁତ କରି ସଂସଦରେ ପାସ କରିବାକୁ ମଧ୍ୟ ଚାହୁଁଛନ୍ତି । ଏହା ସହିତ ସରକାର ବିଭିନ୍ନ କ୍ଷେତ୍ରରେ ସାର୍ବଭୌମିକ ନ୍ୟୁନତମ ବେତନ ଲାଗୁ କରିବା ଉପରେ ମଧ୍ୟ ବିଚାର କରୁଥିବା ସେ କହିଛନ୍ତି ।

କେନ୍ଦ୍ର ସରକାର ବେତନ ସଂହିତା ଏବଂ ବ୍ୟବସାୟୀକ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟସ୍ଥଳ ସ୍ଥିତି ସଂହିତା ଲାଗୁ କରିବା ଦିଗରେ କାମ କରୁଛନ୍ତି । ବେତନ ସଂହିତାକୁ ପୂର୍ବରୁ ହିଁ ସଂସଦରେ ମଞ୍ଜୁରୀ ମିଳିସାରିଛି ଏବଂ ଏବେ ଏହି ନିୟମ ଉପରେ କାମ ଜାରି ରହିଛି । ସ୍ବାସ୍ଥ୍ୟ ଏବଂ କାର୍ଯ୍ୟସ୍ଥଳ ସ୍ଥିତି ସଂହିତାକୁ ଲୋକସଭାରେ ଗତ ଜୁଲାଇ 23 ତାରିଖରେ ଆଗତ କରାଯାଇଥିଲା । ଏହି ସଂହିତା 13 ତମ ଲେବର ଲ’କୁ ମିଶାଇ ପ୍ରସ୍ତୁତ କରାଯାଇଥିଲା । ଏଥିରେ ଅନେକ ପ୍ରାବଧାନକୁ ସାମିଲ କରାଯାଇଥିଲା । ଏହା ସହିତ ପ୍ରତି କର୍ମଚାରୀଙ୍କ ଫ୍ରି ଆପଇଣ୍ଟମେଣ୍ଟ ଲେଟର ଏବଂ ବାଣର୍ଷିକ ମାଗଣା ସ୍ବାସ୍ଥ୍ୟା ସେବା ପରି ପ୍ରାବଧାନକୁ ମଧ୍ୟ ଏହି ନିୟମରେ ସାମିଲ କରାଯାଇଥିଲା ।

ହାଗିଂ ନଟ ପାଇଁ ହତ୍ଯା ସଂଦେହ,
ସ୍କାନରରେ ପ୍ରେମିକା ଓ ତା ପରିବାର

ରାଜଧାନୀରେ ପ୍ରେମର କରୁଣ ପରିଣତି। ପ୍ରେମ ପାଇଁ ବଳିପଡିଲା ପ୍ରେମିକ ଜିବନ। ଚାଲିଗଲା ୨୮ ବର୍ଷିୟ ଯୁବକ ଅତୁଲ୍ଯ ପରିଡା ପ୍ରାଣ। ଶୋକରେ ଛଟପଟ ପୁଅର ପରିବାର ।ପାରିପାର୍ଶିକ ପରିସ୍ଥିତି ପାଇଁ ପ୍ରେମିକା ଉପରେ ବଢିଛି ହତ୍ଯା ସଂଦେହ।ରାଜଧାନୀର ଶିଶୁପାଳଗଡ ରଘୁନାଥନଗରରେ ଘର ଭିତରୁ ମିଳିଥିବା ଝୁଲନ୍ତା ମୃତଦେହ ନେଇ ବଢିଛି ହତ୍ଯା ସଂଦେହ।ହ୍ଯାଙ୍ଗିଂ ନଟ ବା ପୋଲିସର ତଦନ୍ତ ଅନୁଯାୟୀ ଏଭଳି ପ୍ରକାରରେ ୯୦ ପ୍ରତିଶତ ମର୍ଡର କେସରେ ହୋଇଥାଏ ହ୍ଯାଗିଂ। ବାକି ୧୦ ପ୍ରତିଶତ ସୁଇସାଇଡ ହୋଇଥାଏ ବୋଲି କମିସନରେଟ ପୋଲିସ ପକ୍ଷରୁ ସୁଚନା ମିଳିଛି। ତେବେ ପ୍ରେମ ପାଇଁ ଏପରି ହତ୍ଯାକାଣ୍ଡ ହୋଇଥାଏ ପାରେ ଅତୁଲ୍ଯ ପରିବାର ଅଭିଯୋଗ ଆଣିଥିବା ବେଳେ । ଅତୁଲ୍ଯର ମୃତ୍ଯ ପରେ ପ୍ରେମିକାର ବୟାନ ଓ ପ୍ରେମିକାର ଢଙ୍ଗରଙ୍ଗ କୁ ନେଇ ଘହେ କେହି ନଥିବା ବେଳେ ପ୍ରେମିକା ଓ ତାର ପିଉସି ଏଭଳି ଏକ ଜଘନ୍ଯ କାଣ୍ଡ ଘଟାଇ ଆତ୍ମ ହତ୍ଯାର ରୁପ ଦେବାକୁ ଏପରି କରିଥିବା ମୃତକ ବାପା ଏବଂ ଭାଇ ଆଣିଛନ୍ତି ପ୍ରେମିକା ଉପରେ ଅଭିଯୋଗ। ଏନେଇ ପୋଲିସ ମୃତଦେହର ପୋଷ୍ଟମର୍ଟମ କରିଥିବା ବେଳେ ମୃତକର ମୋବାଇଲକୁ ସିଜ କରି କଲ ଡିଟେଲ ନେଇ ଯାଂଚ ଚଳାଇଛି। ତେବେ ମୃତକ ଅତୁଲ୍ଯ ଓ ତାଙ୍କ ପଡୋଶିରେ ରହୁଥିବା ଜଣେ ଯୁବତିଙ୍କ ସହ ଗଢିଉଠିଥିଲା ପ୍ରେମସମ୍ପର୍କ। ତେବେ ୬ ବର୍ଷର ପ୍ରେମ ସମ୍ପର୍କ ନେଇ ଉଭୟଙ୍କ ପରିବାର ଜାଣିଥିଲେ ସୁଦ୍ଧା ହଟାତ ପ୍ରେମିକା ଅର୍ଥାତ ଯୁବତି ଜଣକ ହଷ୍ଟେଲରେ ରହି ଏମବିଏ ପଢିବା ପରଠୁ ପ୍ରେମିକ ଙ୍କ ଘର ଠାରୁ ଦୁରରେ ରହୁଥିଲେ। ତେବେ ପ୍ରେମିକା ଦେଇଥିବା ବୟାନ ଅନୁସାରେ ପ୍ରେମିକାର ବାହାଘର ନେଇ ଚିନ୍ତିତ ଥିଲେ ପ୍ରେମିକ ଅତୁଲ୍ଯ ଏପରିକି ଉଭୟଙ୍କ ମଧ୍ଯରେ ମୃତ୍ଯର ପୁର୍ବଦିନ ମାରପିଟ ଓ ଝଗଡା ହୋଇଥିବା  ନେଇ ପ୍ରେମିକା ଦେଇଥିଲା ବୟାନ। 
ତେବେ ଅତୁଲ୍ଯ ଆତ୍ମହତ୍ଯା କରିଛନ୍ତି ନା ତାଙ୍କୁ ହତ୍ଯା କରାଯାଇଛି ସେ ନେଇ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି। ଏନେଇ ଧଉଳି ଥାନା ଅପମୃତ୍ଯ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ମୃତକ ପରିବାର ପକ୍ଷରୁ ଥାନାରେ ହୋଇଛି ହତ୍ଯା ଅଭିଯୋଗ।
ବାଇଟ-ଆଶିଷ ପରିଡା,ମୃତକର ଭାଇ
ବାଇଟ-ଅଶୋକ ପରିଡା,ମୃତକର ବାପା
ଭିଜୁଆଲ ବାଇଟ ମୋଜୋ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.