ନୂଆଦିଲ୍ଲୀ: ରାଜ୍ୟସଭାରେ କାଶ୍ମୀର ପ୍ରସଙ୍ଗ ନେଇ ଚର୍ଚ୍ଚା ସରଗରମ ଚାଲିଛି । କାଶ୍ମୀରରୁ ହଟିବ ଧାରା ୩୭୦, ଧାରା ୩୫-A । ଏଭଳି ସମୟରେ ସମାଜବାଦ ପାର୍ଟିକୁ ରାଜ୍ୟସଭାରେ ପୁଣି ଥରେ ଜୋରଦାର ଝଟକା ଲାଗିଛି । ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସେଠ୍ ନିଜ ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି । ସୋମବାର ରାଜ୍ୟସଭା ଅଧ୍ୟକ୍ଷ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପୂର୍ବ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ପୁତ୍ର ନୀରଜ ଶେଖର ରାଜ୍ୟସଭାରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ।
ଏହି ଇସ୍ତଫା ରାଜ୍ୟସଭାରେ କାଶ୍ମୀର ପ୍ରସଙ୍ଗକୁ ନେଇ ଉଷ୍ଣ ଥିବା ବେଳେ ଆସିଛି । ଜାମ୍ମୁ ଓ କାଶ୍ମୀର ଏକ କେନ୍ଦ୍ର ଶାସିତ ଅଞ୍ଚଳ ହେବ ଏବଂ ଏହାର ବିଧାନସଭା ରହିବ। ସେହିପରି ଲାଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହେବା । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ସଂଶୋଧନ ବିଲ ଗୃହମନ୍ତ୍ରୀ ଅମିତ ଶାହା ଆଗତ କରୁଥିବା ବେଳେ ଏବେ ଇସ୍ତଫା ଦେଇଛନ୍ତି ସମାଜବାଦ ପାର୍ଟିର ରାଜ୍ୟସଭା ସାଂସଦ ।
ସଞ୍ଜୟ ସେଠଙ୍କ ବ୍ୟତୀତ ଆସାମର ଜଣେ କଂଗ୍ରେସ ସାଂସଦ ମଧ୍ୟ ଇସ୍ତଫା ଦେଇଛନ୍ତି । ସଞ୍ଜୟ ସେଠ ମୁଲାୟମ ସିଂ ଯାଦବ ଓ ଅଖିଳେଶ ସିଂ ଯାଦବଙ୍କ ଅତି ଘନିଷ୍ଠ ଥିଲେ।