ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସଭାରେ ଜବରଦସ୍ତ ହଙ୍ଗାମା ଦେଖିବାକୁ ମିଳିଛି । ଜୟ ଶ୍ରୀରାମ ନାରାକୁ ନେଇ ଜୋରରେ ରାଗିଗଲେ ଅଖିଳେଶ । କେବଳ ଏତିକି ନୁହେଁ ଅଖିଳେଶ ରାଗି ଯାଇ ପାଖରେ ଥିବା ପୋଲିସ ଅଫିସରଙ୍କୁ ମଧ୍ୟ ଗାଳି ଦେଇଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଉତ୍ତପ୍ରଦେଶର କନୌଜରେ ଏକ ଜନସଭାକୁ ସମ୍ବୋଧିତ କରୁଥିଲେ । ଏହି ସମୟରେ ସଭାରେ ଉପସ୍ଥିତ ଜଣେ ଯୁବକ ଜୟ ଶ୍ରୀରାମ ନାରା ଦେଇଥିଲେ । ଏହାକୁ ଶୁଣିବା ମାତ୍ରେ ଜୋରରେ ରାଗି ଯାଇଖିଲେ ଅଖିଳେଶ । ସେଠାରେ ଉପସ୍ଥିତ ସମାଜବାଦୀ ପାର୍ଟିର କାର୍ଯ୍ୟକର୍ତ୍ତା ଯୁବକ ଜଣଙ୍କୁ ମାଡ ମଧ୍ୟ ମାରିଥିଲେ । ପରେ ଅଖିଳେଶ ଯୁବକଙ୍କୁ ମଞ୍ଚ ପାଖକୁ ଡାକି କହିଥିଲେ ଯେ ମୋତେ ଲକ୍ଷ୍ନୌରୁ ସୂଚନା ମିଳିଥିଲା କି ଉତ୍ତର ପ୍ରଦେଶରେ ମୋ ଜୀବନକୁ ବିପଦ ରହିଛି । ଏହି ଯୁବକ ମୋତେ ମାରିବାକୁ ଚାହୁଁନି ତ ବୋଲି ପ୍ରଶ୍ନ କରିଥିଲେ ଅକିଳେଶ ।
କେବଳ ଏତିକି ନୁହେଁ । ଘଟଣାକୁ ନେଇ ଅଖିଳେଶ ସେଠାରେ ଉପସ୍ଥିତ ଜଣେ ପୋଲିସ ଅଫିସରଙ୍କୁ ଗାଳି ଦେଇଥିବା ଦେଖିବାକୁ ମିଳିଛି । ପୋଲିସ ଥିବା ସତ୍ତ୍ବେ ଯୁବକ ଜଣକ କିପରି ଏଠାକୁ ଆସିଲା ବୋଲି ପ୍ରଶ୍ନ କରିଥିଲେ ସେ । ବର୍ତ୍ତମାନ ପୋଲିସ ଯୁବକ ଜଣକୁ ଗିରଫ କରିଥିବା ସୂଚନା ମିଳିଛି ।
@ANI