ETV Bharat / bharat

ମଇଁଷି ପରେ ଆଜମଙ୍କ ନାଁରେ ଛେଳି ଚୋରି ଅଭିଯୋଗ - ଭୂ-ମାଫିଆ ଆଜମ ଖାନ

ରାଜ୍ୟ ସରକାରଙ୍କ ଦ୍ବାରା ଭୂ-ମାଫିଆ ଘୋଷିତ ହୋଇଥିବା ଆଜମଙ୍କ ନାଁରେ ଛେଳି ଚୋରି ଅଭିଯୋଗ। ସାମାଜବାଦୀ ପାର୍ଟିର ଏହି ନେତାଙ୍କ ନାଁରେ ବର୍ତ୍ତମାନ 82ଟି ମାମଲା ଦାୟର ହୋଇଛି।

ଡିଜାଇନ ଫଟୋ
author img

By

Published : Sep 13, 2019, 3:02 PM IST

ନୂଆଦିଲ୍ଲୀ: ବିବାଦର ବାଦଶାହା ପାଲଟିଲେଣି ସାମାଜବାଦୀ ପାର୍ଟି ସାଂସଦ ଆଜମ୍‌ ଖାନ। ବିବାଦ ତାଙ୍କର ପିଛା ଛାଡିବାର ନାଁ ଧରୁନି। ଜମି ଘୋଟାଲା , ପୁସ୍ତକ ବିବାଦ , ମନ୍ଦିର ପ୍ରତିମା ଚୋରି, ମଇଁଷି ଚୋରି ପରେ ଏବେ ଛେଳି ଚୋରି କରିବା ଭଳି ଏକ ଲଜ୍ଜ୍ୟାକର ମାମଲା ତାଙ୍କ ବିରୋଧରେ ଦାୟର କରାଯାଇଛି।

ଖବର ଅନୁଯାୟୀ, 2016 ଅକ୍ଟୋବର ମାସରେ ରାମପୁରର ନାସିମା ଖାତୁନ ନାମକ ଜଣେ 50 ବର୍ଷୀୟ ମହିଳା ଆଜମ ବିରୋଧରେ ଏହି ଏଫଆଇଆର ରୁଜୁ କରିଥିଲେ। ମହିଳାଙ୍କ ଅଭିଯୋଗ ଅନୁସାରେ, 2016 ଅକ୍ଟୋବର ମାସରେ ଆଜମ ଖାନ ତାଙ୍କର 7 ଜଣ ସହଯୋଗୀ ଓ 25 ଜଣ ଅଜଣା ଦୃବୁର୍ତ୍ତ ତାଙ୍କ ଘର ମଧ୍ୟକୁ ଧସେଇ ପସିଥିଲେ। ଏହାସହ ଘରେ ଭଙ୍ଗାରୁଜା କରି ବିଭିନ୍ନ ଅଳଙ୍କାର, 3 ଟି ମଇଁଷି , ଗାଈ ଓ 4 ଟି ଛେଳି ଚୋରି କରିନେଇଥିଲେ।

ବିଗତ 20 ବର୍ଷ ହେବ ମହିଳା ଜଣକ ଉକ୍ତ ଘରେ ରହିଆସୁଥିଲେ। କିନ୍ତୁ ବଳପୂର୍ବକ ଖାନ ଓ ତାଙ୍କ କିଛି ସହଯୋଗୀ ଉକ୍ତ ଘରକୁ ଖାଲି କରିବାକୁ ଆଦେଶ ଦେଇଥିବା ନାସିମା କହିଛନ୍ତି। କେବଳ ଆଜମ ନୁହଁନ୍ତି ତାଙ୍କ ଧର୍ମପତ୍ନୀ ତଥା ଏସପିର ସାଂସଦ ତନଜିନା ଫତିମାଙ୍କ ନାଁରେ ମଧ୍ୟ ବିଜୁଳି ଚୋରୀର ଅଭିଯୋଗ ଦାୟର ହୋଇଛି।

ଖବର ଅନୁଯାୟୀ, ପୂର୍ବରୁ ବିଶ୍ବବିଦ୍ୟାଳୟ ନାଁରେ କୃଷକଙ୍କ ଜମିକୁ ବଳପୂର୍ବକ ଦଖଲରୁ ନେଇଥିବା ଅଭିଯୋଗରେ ଆଜମ ଖାନଙ୍କୁ ରାଜ୍ୟ ସରକାରଙ୍କ ଦ୍ବାରା ଭୂ-ମାଫିଆ ଘୋଷିତ କରିଛନ୍ତି। ବର୍ତ୍ତମାନ ତାଙ୍କ ନାଁରେ 82ଟି ମାମଲା ଦାୟର ହୋଇଛି। ସେଥିମଧ୍ୟରୁ 50 ଟି ମାମଲା ଜମି ଦୁର୍ନୀତି ସହ ଜଡିତ ରହିଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.