ETV Bharat / bharat

ମିଡିଆକୁ ଆଳ କରି କ୍ଷମା ପ୍ରାର୍ଥାନା କଲେ ସାଧ୍ବୀ - nathuram godse

ନାଥୁରାମ ଗଡସେଙ୍କୁ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରପନ୍ଥୀ ବୋଲି ଅଭିନେତା ତଥା ଏମ୍‌ଏନ୍‌ଏମ୍‌ ମୁଖ୍ୟ କମଲ ହାସନ ଦେଇଥିବା ବୟାନଙ୍କୁ ବିରୋଧ କରି ପ୍ରଜ୍ଞା ଗଡସେଙ୍କୁ ଦେଶଭକ୍ତ ବୋଲି କହିଥିଲେ । ଯାହାକୁ ନେଇ ଏବେ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନ୍‌ଆଇ
author img

By

Published : May 17, 2019, 6:37 AM IST

ନୂଆଦିଲ୍ଲୀ: ବୋଲ ମାନୁନି ତୁଣ୍ଡ । ନିଜର ବିବାଦୀୟ ବୟାନ ପାଇଁ ପୁଣି ଅଡୁଆରେ ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞା ଠାକୁର। ନାଥୁରାମ ଗଡସେଙ୍କୁ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଉଗ୍ରପନ୍ଥୀ ବୋଲି ଅଭିନେତା ତଥା ଏମ୍‌ଏନ୍‌ଏମ୍‌ ମୁଖ୍ୟ କମଲ ହାସନ ଦେଇଥିବା ବୟାନଙ୍କୁ ବିରୋଧ କରି ପ୍ରଜ୍ଞା ଗଡସେଙ୍କୁ ଦେଶଭକ୍ତ ବୋଲି କହିଥିଲେ । ଯାହାକୁ ନେଇ ଏବେ ସେ କ୍ଷମା ପ୍ରାର୍ଥନା କରିଛନ୍ତି ।

ସେ କହିଛନ୍ତି, ଏହା ମୋର ବ୍ୟକ୍ତିଗତ ବୟାନ, କାହା ଭାବନାକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନୁହେଁ । ମହାତ୍ମା ଗାନ୍ଧୀ ଦେଶ ପାଇଁ ଯାହା କରି ଯାଇଛନ୍ତି ତାହାକୁ ଭୁଲି ହେବ ନାହିଁ । ଏହାସହ ସେ କହିଛନ୍ତି ବୟାନକୁ ଭୁଲ ଅର୍ଥରେ ପ୍ରସାର କରିଛି ମିଡିଆ ।

ଏଠାରେ ସୂଚନାଯୋଗ୍ୟ, ଗଡସେ ଦେଶଭକ୍ତ ଥିଲେ ଏବଂ ରହିବେ ବୋଲି ମତ ଦେଇ ବିବାଦରେ ଫସିଥିଲେ ବିଜେପି ପ୍ରାର୍ଥୀ ସାଧ୍ବୀ ।

ସ୍ଲଗ :-ଗଞ୍ଜାମର ଖଲ୍ଲିକୋଟ ଅଞ୍ଚଳରେ ଗୁଳିମାଡ,ଗୁରୁତ୍ତର ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ରେ ଭର୍ତ୍ତୀ   .....

ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,

ଫମାର୍ଟ  :ଏଭିଓ,

ସ୍ଥାନ       :   ବ୍ରହ୍ମପୁର,

ତାରିଖ    : ୧୭-୦୫-୧୯. :(ଭିଜୁଆଲ ଏଫ୍.ଟି.ପି  ରେ ଯାଇଛି.)

 (ଆଙ୍କର):-ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଗଞ୍ଜାମ ଜିଲ୍ଲାରେ ଫୁଟିଛି ଗୁଳି  । ଜିଲ୍ଲାର  ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ନିକଟରେ ଥିବା ରାମଚନ୍ଦ୍ରପୁର ଗ୍ରାମରେ ଜଣେ ୩୫ ବର୍ଷୀୟ ଯୁବକ ଭିକାରୀ ତରାଇ ଙ୍କୁ ଗୁରୁବାର  ରାତ୍ର ସମୟରେ ହୋଇଛି ଗୁଳିମାଡ଼  । ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି  ତାଙ୍କ ଘର ନିକଟରେ  ଗୁଳି ଚଳାଇଥିଲେ । ଗୁଳିମାଡରେ  ଭିକାରୀ ଙ୍କ ପିଠିରେ ଗୁଳି ବାଜିଥିବା ବେଳେ ପ୍ରଥମେ ଖଲ୍ଲିକୋଟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତୀ କରାଯାଇଛି  ।   ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା  କୁହାଯାଇଥିବା ବେଳେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି  । ହେଲେ ଘଟଣାସ୍ଥଳରେ ରହିଥିବା  ସିସିଟିଭି  ଭିଜୁଆଲ କୁ ଅନୁଧ୍ୟାନ କରିବା ସହ ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.