ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଆରମ୍ଭ କରିଛନ୍ତି । ଏହି ବୈଠକର ଆରମ୍ଭରେ ପ୍ରଧାନମନ୍ତ୍ରୀ ଗଲଓ୍ବାନ ଉପତ୍ୟକାରେ ଶହୀଦ ଭାରତୀୟ ଯବାନଙ୍କୁ ନିରବ ପ୍ରାର୍ଥନା ଜରିଆରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତେବେ ଶହୀଦଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ମୋଦି ପ୍ରତିକ୍ରିୟା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ଉସକାଇଲେ ଏହା ଯଥୋଚିତ ଜବାବ ଦେବାରେ ସକ୍ଷମ, ଏଥିରେ କୌଣସି ଭ୍ରମ କିମ୍ବା ସନ୍ଦେହ ପ୍ରକଟ କରିବାର ଆବଶ୍ୟକ ନାହିଁ । ଦେଶର ଏକତା ଗୁରୁତ୍ବପୂର୍ଣ୍ଣ । ଭାରତ ନିଜ ଅଖଣ୍ଡତା ବିରୋଧରେ କେବେ ବି ଚୁକ୍ତି କରିବ ନାହିଁ । ଭାରତ ସର୍ବଦା ଶାନ୍ତି ଚାହିଁଥାଏ । ହେଲେ, ଏହା କୌଣସି ବି ପରିସ୍ଥିତିରେ କଡା ଜବାବ ଦେବାରେ ମଧ୍ୟ ସାମର୍ଥ୍ୟ ରଖେ ।
ବୈଠକରେ ଓଡିଶା, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ବିହାର ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ସାମିଲ ଅଛନ୍ତି । ଆଜିର ଏହି ବୈଠକରେ ଅନେକ ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । କୋରୋନା ସଂକ୍ରମଣ ରୋକିବାକୁ ଆଗାମୀ ରଣନୀତି ଉପରେ ଚର୍ଚ୍ଚା ହୋଇପାରେ ।
@ANI