ETV Bharat / bharat

ରାଜସ୍ଥାନ ରାଜନୀତି: ଉପମୁଖ୍ୟମନ୍ତ୍ରୀ ପଦରୁ ହଟିଲେ ସଚିନ ପାଇଲଟ - Sachin Pilot removed as Deputy Chief Minister

ରାଜସ୍ଥାନର କ୍ଷମତା ଯୁଦ୍ଧ ଭିତରେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇଲା କଂଗ୍ରେସ । ଏହାସହ ତାଙ୍କୁ ରାଜ୍ୟ କଂଗ୍ରେସ ସଭାପତି ପଦରୁ ମଧ୍ୟ ହଟାଇଲା ଦଳ । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୀତି: ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ

author img

By

Published : Jul 14, 2020, 2:26 PM IST

Updated : Jul 14, 2020, 5:00 PM IST

ଜୟପୁର: ରାଜସ୍ଥାନର କ୍ଷମତା ଯୁଦ୍ଧ ଭିତରେ ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇଲା କଂଗ୍ରେସ । ଏହାସହ ତାଙ୍କୁ ରାଜ୍ୟ କଂଗ୍ରେସ ସଭାପତି ପଦରୁ ମଧ୍ୟ ହଟାଇଲା ଦଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୁରଜେୱାଲା ।

ରାଜସ୍ଥାନ ରାଜନୀତି: ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ

ଏହାସହ ସଚିନଙ୍କ ସହ ଥିବା ମନ୍ତ୍ରୀ ରମେଶ ମୀନା ଓ ବିଶ୍ବେନ୍ଦ୍ର ସିଂହଙ୍କୁ ମଧ୍ୟ ମନ୍ତ୍ରୀ ପଦରୁ ହଟାଯାଇଛି । ସେହିପରି ରାଜ୍ୟ କଂଗ୍ରେସ ସଭାପତି ପଦରୁ ସଚିନଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଗୋବିନ୍ଦ ଡୋଟାସରାଙ୍କୁ ପିସିସି ସଭାପତି ଦାୟିତ୍ବ ଦିଆଯାଇଥିବା ସେ ଦର୍ଶାଇଛନ୍ତି । ସେହିପରି ଗଣେଶ ଗୋଗ୍ରାଙ୍କୁ ରାଜସ୍ଥାନର ନୂଆ ଯୁବ କଂଗ୍ରେସ ସଭାପତି ଓ ହେମ ସିଂ ଶେଖାୱତଙ୍କୁ ସେବା ଦଳର ଅଧ୍ୟକ୍ଷ ଭାବେ ଦଳ ଚୟନ କରିଥିବା ରଣଦୀପ କହିଛନ୍ତି ।

ହୋଟେଲରେ କଂଗ୍ରେସ ବିଧାୟକ ଦଳ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଏପରି କହିଛନ୍ତି ରଣଦୀପ । ବିଜେପି ଚକ୍ରବ୍ୟୁହରେ ସଚିନ ଓ ତାଙ୍କ ସାଥୀ ଫସିଥିବା ଅଭିଯୋଗ କରି ସେ ସଚିନଙ୍କ ଉପରେ ବର୍ଷିବା ସହ ଶେଷରେ ଏଭଳି ଘୋଷଣା କରିଛନ୍ତି । ବିଜେପି ଇଡି, ଇନକମ ଟ୍ୟାକ୍ସ ଆଦି କଂଗ୍ରେସ ନେତାଙ୍କ ଉପରେ ଲଗାଇଥିବାରୁ ସେନେଇ ବର୍ଷିଛନ୍ତି ସୁରଜେୱାଲା ।

ସେହିପରି ସଚିନଙ୍କ ସହିତ ବାରମ୍ବାର ଆଲୋଚନା କରାଯାଇଛି । ତାଙ୍କ ସହିତ କଂଗ୍ରେସର ହାଇକମାଣ୍ଡ ମଧ୍ୟ ଆଲୋଚନା କରିଛନ୍ତି । ତେବେ ସେ ବିଜେପିର ଚକ୍ରବ୍ୟୁହରେ ଫସିଯାଇଥିବା ସୂର୍ଯେୱାଲା କହିଛନ୍ତି । ଏହାସହ ତାଙ୍କୁ ଆଲୋଚନା ପାଇଁ ଅନେକ ସମୟ ଦିଆଯାଇଥିବା ସେ ଦର୍ଶାଇଛନ୍ତି । ତେବେ ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦରୁ ସଚିନଙ୍କୁ ହଟାଯିବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଗତକାଲି ପ୍ରଥମ କଂଗ୍ରେସ ବିଧାୟକ ଦଳ ବୈଠକରେ ସଚିନ ଯୋଗଦେଇ ନଥିବାବେଳେ ଆଜିର ଦ୍ବିତୀୟ ବୈଠକରେ ବି ଯୋଗଦେଇନଥିଲେ । ଶୀର୍ଷ ନେତୃତ୍ବର ତମାମ ପ୍ରୟାସ ପରେ ମଧ୍ୟ ସଚିନ ନିଜ ଜିଦ୍‌ରେ ଅଟଳ ହେବା ସହ ବୈଠକରେ ଯୋଗଦେଇନଥିଲେ । ଫଳରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୈଠକରେ ପ୍ରସ୍ତାବ ପାରିତ ହୋଇଛି ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଯେଉଁଥିରେ ସଚିନଙ୍କ ସମେତ ତାଙ୍କ ସମର୍ଥକ ବିଧାୟକମାନେ ଯୋଗଦେଇନଥିଲେ । ତେବେ ବୈଠକ ପରେ ସମସ୍ତ ବିଧାୟକଙ୍କୁ ବସରେ ହୋଟେଲକୁ ନିଆଯାଇଥିବାବେଳେ ସେଠାରେ ଆଜି ପୁଣି ବୈଠକ ବସିଥିଲା । ଏହି ବୈଠକରେ ସଚିନଙ୍କୁ ଯୋଗଦେବା ପାଇଁ ଦଳ ପକ୍ଷରୁ କୁହାଯାଇଥିଲା । ହେଲେ ସେ ଏଥିରେ ଯୋଗଦେଇନଥିଲେ ।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଜାରି ରହିଛି । ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣି ନିଜ ସମର୍ଥକ ବିଧାୟକଙ୍କ ସହ ସଚିନ ଦିଲ୍ଲୀରେ ଡେରା ପକାଇଛନ୍ତି । ସୂଚନାଥାଉକି, ରାଜ୍ୟରେ 200ଟି ବିଧାନସଭା ଆସନ ଥିବାବେଳେ କଂଗ୍ରେସ ସମର୍ଥିତ ସରକାର ପାଖରେ 124 ବିଧାୟକ ଅଛନ୍ତି । ଯେଉଁଥିରେ କଂଗ୍ରେସର 107, ବିଡିପିର 2, ସିପିଆଇ(ଏମ)ର 2, ଆରଏଲଡିର 1 ଓ 12 ଜଣ ସ୍ବାଧୀନ ବିଧାୟକ ରହିଛନ୍ତି ।

ସେହିପରି ବିଜେପି ସମର୍ଥନରେ ସମୁଦାୟ 76 ବିଧାୟକ ଅଛନ୍ତି । ଯେଉଁଥିରେ ବିଜେପିର 72, ଆରଏଲପିର 3 ଓ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି । ତେବେ ସରକାର କରିବାକୁ 101ଟି ବିଧାୟକଙ୍କ ସମର୍ଥନ ଦରକାର ଥିବାବେଳେ ଅଶୋକ ଗେହଲଟ୍‌ ସରକାର ନିଜ ସମର୍ଥନରେ ଏବେ ସୁଦ୍ଧା 109 ଜଣ ବିଧାୟକ ଥିବା ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 14, 2020, 5:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.