ETV Bharat / bharat

ସଚିନଙ୍କ ହାତ ଏବେ ବି କଂଗ୍ରେସ ସହିତ !

ସଚିନ ପାଇଲଟ ପୁଣି ଫେରିବେ କି କଂଗ୍ରେସକୁ? ସେ କରିଥିବା ଫେସବୁକ ପୋଷ୍ଟରୁ ଏପରି ଲାଗୁଛି । ଅଧିକ ପଢନ୍ତୁ...

author img

By

Published : Jul 27, 2020, 9:52 PM IST

ସଚିନଙ୍କ ହାତ ଏବେ ବି କଂଗ୍ରେସ ସହିତ!
ସଚିନଙ୍କ ହାତ ଏବେ ବି କଂଗ୍ରେସ ସହିତ!

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଓ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ସସପେନ୍ସ ଉପରୁ ଉଠିପାରୁନାହିଁ ପରଦା । ଏହାରି ମଧ୍ୟରେ ସଚିନ ପାଇଲଟଙ୍କୁ କଂଗ୍ରେସର ସମସ୍ତ ପଦରୁ ହଟାଇଦିଆଯାଇଛି । ହେଲେ ସଚିନ କଣ ସତରେ କଂଗ୍ରେସକୁ ଭୁଲିଯାଇଛନ୍ତି ନା ଏବେ ବି ତାଙ୍କର ଦଳ ପ୍ରତି ରହିଛି ଆନ୍ତରିକତା, ଏନେଇ ସମସ୍ତଙ୍କ ମନରେ ଉଠୁଛି ପ୍ରଶ୍ନ ।

ସଚିନଙ୍କ ହାତ ଏବେ ବି କଂଗ୍ରେସ ସହିତ!
ସଚିନଙ୍କ ହାତ ଏବେ ବି କଂଗ୍ରେସ ସହିତ!

ଦିନ ବଢିବଢି ଯାଉଥିବା ବେଳେ ସଚିନଙ୍କ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନର ଆଶା କ୍ଷୀଣ ହେବାରେ ଲାଗିଛି । ଏପରିସ୍ଥିତିରେ କିନ୍ତୁ ସଚିନଙ୍କ ଦଳ ପ୍ରତି ମୋହ ଛାଡି ନଥିବା ତାଙ୍କ ଫଏସବୁକ ପୋଷ୍ଟରୁ ସ୍ପଷ୍ଟ ହେଉଛି । ନିକଟରେ ସଚିନଙ୍କ ଫେସବୁକ ପୋଷ୍ଟରେ କଂଗ୍ରେସର ହାତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି ।

ସଚିନଙ୍କ ହାତ ଏବେ ବି କଂଗ୍ରେସ ସହିତ!
ସଚିନଙ୍କ ହାତ ଏବେ ବି କଂଗ୍ରେସ ସହିତ!

ପାଇଲଟଙ୍କ ଫେସବୁକରେ 3ଟି ପୋଷ୍ଟ ଉପରେ ନଜର ପକାନ୍ତୁ । ପ୍ରଥମ ପୋଷ୍ଟରେ ଗୋସ୍ବାମୀ ତୁଳସୀ ଦାସଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି । ଦ୍ବିତୀୟ ପୋଷ୍ଟରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ସେହିପରି ତୃତୀୟ ପୋଷ୍ଟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ସ୍ଥାପନା ଦିବସରେ ଶୁଭକାମନା ଦିଆଯାଇଛି । ଏହି ତିନୋଟି ପୋଷ୍ଟରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ପାଇଲଙ୍କ ଗୃହ ପ୍ରତ୍ୟାବର୍ତ୍ତନର ସମ୍ଭାବନାରେ ଏଯାଏଁ ପୂର୍ଣ୍ଣଛେଦ ପଡିନାହିଁ ।

ସଚିନଙ୍କ ହାତ ଏବେ ବି କଂଗ୍ରେସ ସହିତ!
ସଚିନଙ୍କ ହାତ ଏବେ ବି କଂଗ୍ରେସ ସହିତ!

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.