ETV Bharat / bharat

ୟୁରୋପୀୟ ସଂଘର ଶୀର୍ଷ ନେତାଙ୍କ ସହ ଆଲୋଚନା କଲେ ଜୟଶଙ୍କର

author img

By

Published : Feb 19, 2020, 10:37 AM IST

ମଙ୍ଗଳବାର ୟୁରୋପୀୟ ସଂଘର ଶୀର୍ଷ ନେତାଙ୍କ ସହ ସାକ୍ଷାତ କରି ବାଣିଜ୍ୟ ସମେତ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଅଧିକ ପଢନ୍ତୁ...

s jayshankar
ଜୟଶଙ୍କର

ନୂଆଦିଲ୍ଲୀ: ମଙ୍ଗଳବାର ୟୁରୋପୀୟ ସଂଘର ଶୀର୍ଷ ନେତାଙ୍କ ସହ ସାକ୍ଷାତ କରି ବାଣିଜ୍ୟ ସମେତ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ସହଯୋଗ ବୃଦ୍ଧି ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ବ୍ୟତୀତ ଉଭୟ ପକ୍ଷ ଜଳବାୟୁ ପରିବର୍ତ୍ତନ, ପ୍ରତିରକ୍ଷା, ସୁରକ୍ଷା, ସମ୍ପର୍କ, ଡିଜିଟାଲ ଅର୍ଥବ୍ୟବସ୍ଥା ତଥା ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବେ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ଆଗାମୀ ମାସରେ ବ୍ରସେଲ୍ସରେ ୟୁରୋପୀୟ ସଂଘର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ । ତେବେ ଏହା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା ପାଇଁ ସୋମବାର ବ୍ରସେଲ୍ସ ଗସ୍ତରେ ଯାଇଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଏହି ଗସ୍ତରେ ସେ ୟୁରୋପୀୟ ସଂସଦର ସଦସ୍ୟଙ୍କ ସହ ସାକ୍ଷାତ କରିଛନ୍ତି । ଜୟଶଙ୍କରଙ୍କ ଏହି ଗସ୍ତ ଏଭଳି ସମୟରେ ହୋଇଛି ଯେତେବେଳେ ୟୁରୋପୀୟ ସଂସଦ ଭାରତର ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଆଗତ ପ୍ରସ୍ତାବ ଉପରେ ମତଦାନ ଘୁଞ୍ଚାଇ ଦେଇଛି ।

ତେବେ ଏହି ଗସ୍ତରେ ଜୟଶଙ୍କର ବେଲଜିୟମର ବୈଦେଶିକ ତଥା ପ୍ରତିରକ୍ଷା ମନ୍ତ୍ରୀ ଫିଲିପ ଗୋଫିନଙ୍କ ସହ ଆଲୋଚନା କରିଛନ୍ତି । କ୍ଷେତ୍ରୀୟ ଏବଂ ବୈଶ୍ବିକ ପ୍ରସଙ୍ଗରେ ଭାରତ ଏବଂ ବେଲଜିୟମ ମଧ୍ୟରେ ସହଯୋଗ ବୃଦ୍ଧିକୁ ନେଇ ଉଭୟ ନେତା ବିଚାର ବିମର୍ଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.