ETV Bharat / bharat

ଅସରପାର ସିଜରିଆନ ଡେଲିଭରି, ମା-ଛୁଆ ସମ୍ପୂର୍ଣ୍ଣ ସୁସ୍ଥ

author img

By

Published : Dec 30, 2019, 2:39 PM IST

ସିଜରିଆନ ପରେ ମା' ହୋଇଛି ଅସରପା। ଯେଉଁଥି ପାଇଁ ପୋଷା କରି ରଖିଥିବା ମାଲିକ ଘରେ ଖୁସିର ଲହରୀ ଖେଳିଯାଇଛି। ପ୍ରସବ ପରେ ଉଭୟ ମା ଓ ଛୁଆ ସୁସ୍ଥ ଅଛନ୍ତି। ଅଧିକ ଖବର ପଢନ୍ତୁ...

Russian mans pet cockroach
ଅସରପାର ସିଜରିଆନ ଡେଲିଭରି,ମା ଓ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ

ନୂଆଦିଲ୍ଲୀ: ଅସରପାକୁ ନେଇ ଘରେ ବହେ ହୁମଦାମ। କିଏ ଏହି ଅସରପାକୁ ଦେଖି ଡରିଯାଏ ତ ଆଉ କିଏ ଡେଇଁପଡେ। ତେବେ ଅସରପାକୁ ନେଇ ସବୁ ଘରେ ବିଭିନ୍ନ ଅସୁବିଧା ଲାଗି ରହିଥାଏ। ଏହାକୁ ଦେଖିବା ମାତ୍ରେ କିଏ ହାତରେ ଝାଡୁ ତ ଆଉ କିଏ ହିଟ୍ କିଲ୍ଜର ସାହାଯ୍ୟ ନେଇଥାଏ। କିନ୍ତୁ ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ହସେଇ ହସେଇ ବେଦମ କରିଦେବ।

ଏଠି ସିଜରିଆନ ଅପରେସନରେ ମା' ହୋଇଛି ଅସରପା। ଯେଉଁଥି ପାଇଁ ପୋଷା କରି ରଖିଥିବା ମାଲିକ ଘରେ ଖୁସିର ଲହରୀ ଖେଳିଯାଇଛି। ହେଲେ ଅସରପାଟି ପିଲା ଜନ୍ମଦେବାରେ ବିଭିନ୍ନ ଅସୁବିଧା ସାମ୍ନା କରିବାରୁ ତାକୁ ପଶୁ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେବାକୁ ପଡିଲା।

ଏହି ଘଟଣାଟି ହେଉଛି ରୁଷିଆର ଲିମ୍ପୋଫା ସିବେରିଆରେ ଘଟିଛି। ସୂଚନା ଅନୁସାରେ, ଅସରପାଟି ଗର୍ଭବତୀ ହେବା ପରେ ତାର କୋକେନଟି ବାହାରକୁ ଆସୁନଥିଲା। ଯେଉଁଥି ପାଇଁ ଅସରପା ପାଳିଥିବା ମାଲିକ ଦୁଃଖି ହୋଇଯାଇଥିଲେ। ଏହାପରେ ସେ ସଙ୍ଗେ ସଙ୍ଗେ ତାକୁ ଭେଟେନାରୀ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ। ଡାକ୍ତର ଜଣକ ଅସରପାଟିକୁ ଯନ୍ତ୍ରଣା ନହେବା ପାଇଁ ଆନାସ୍ତେସିଆ ଦେବା ସହ ନାନୋ ସର୍ଜରୀ କରିଥିଲେ। ପିଲା ଜନ୍ମର କିଛି ସମୟ ପରେ ଅସରପାଟି ସୁସ୍ଥ ହୋଇ ଚଲାବୁଲା କରିଥିଲା।

ପିଲା ଜନ୍ମ ପରେ ମାଲିକଟି ଡାକ୍ତରଙ୍କୁ ଧରି ଭାବବିହ୍ବଳ ହୋଇଯାଇଥିଲେ। ତେବେ ଅସରପା ସର୍ଜରୀର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.