ଡେରାଡୁନ: କୋରୋନା ମହାମାରୀ ଯୋଗୁଁ ଦେଶରେ ଲକଡାଉନ । ସରକାର ବାରମ୍ବାର ଲୋକମାନଙ୍କୁ ସାମାଜିକ ଦୂରତାର ଗୁରୁତ୍ବ ବୁଝାଉଛନ୍ତି । କିନ୍ତୁ ଲୋକେ କିଛି ସ୍ଥାନରେ ନିୟମକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି ।
ଉତ୍ତରାଖଣ୍ଡ ସରକାର ଜରୁରୀ ସେବା ପାଇଁ ଲକଡାଉନର ସକାଳ 7ରୁ ଦିନ ଗୋଟେ ଯାଏଁ ଲକଡାଉନ ନିୟମକୁ କୋହଳ କରିଛନ୍ତି । କିନ୍ତୁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ କୁହାଯାଇଛି । କିନ୍ତୁ ରିଷିକେଷ ନଗର ନିଗମ ବାହାରେ ବସୁଥିବା ପରିବା ମାର୍କଟରେ ନିୟମକୁ କେହି ମାନୁନଥିବାର ଦେଖିବାକୁ ମିଳିଛି । ପରିବା ମାର୍କେଟ ସାମାଜିକ ଦୂରତ୍ବ ନମାନି ଲୋକେ ପରିବା କିଣୁଥିବା ନଜର ଆସୁଛି ।