ହାଇଦ୍ରାବାଦ: 2017-18 ତୁଳନାରେ 2019ରେ RTI ଆବେଦନଗୁଡିକ 11 ପ୍ରତିଶତ ବୃଦ୍ଧି ପାଇଛି । 2016-17 ତୁଳନାରେ 2017-18 ରେ 34.67 ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା । 2014-15 ତୁଳନାରେ 2015-16 ରେ 5.48 ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।
2014-15 ରେ 9.46 ପ୍ରତିଶତ ହ୍ରାସ ଘଟିଥିବାବେଳେ 2013-14 ରେ 2.18 ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏହିପରି ଗତ ପାଞ୍ଚ ବର୍ଷ ମଧ୍ୟରେ RTI ଆବେଦନଗୁଡିକ ଗ୍ରହଣ କରିବାରେ ଏକ ପରିବର୍ତ୍ତନଶୀଳ ଧାରା ଦେଖାଦେଇଛି । ଆରଟିଆଇ ଆକ୍ଟ 2005 ର ଧାରା 20 (1) ଅନୁଯାୟୀ କେନ୍ଦ୍ରୀୟ ସୂଚନା ଆୟୋଗ 30,41,000 ଟଙ୍କା ଜରିମାନା ଆଦାୟ କରିଛନ୍ତି।
2017-18 ରେ ଏକ ରେକର୍ଡ ସଂଖ୍ୟକ 12.3 ଲକ୍ଷ ଆରଟିଆଇ ଆବେଦନ କରାଯାଇଥିଲା ଯେଉଁଥିରେ 96 ପ୍ରତିଶତ ସରକାରୀ କାର୍ଯ୍ୟାଳୟ ଦ୍ବାରା ପ୍ରତିକ୍ରିୟା ପ୍ରକାଶ ପାଇଥିଲା । 2005 ରେ ଆଇନ ପ୍ରଣୟନ ହେବା ପରଠାରୁ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ବର୍ଷ ଅଟେ । 2017-18 ମଧ୍ୟରେ 12.33 ଲକ୍ଷ RTI ଆବେଦନ ପଞ୍ଜୀକୃତ କେନ୍ଦ୍ରୀୟ ପବ୍ଲିକ୍ ଅଥରିଟି (PA) ଦ୍ବାରା ଗ୍ରହଣ କରାଯାଇଥିଲା ।
2016-17 ମଧ୍ୟରେ ରିପୋର୍ଟ ହୋଇଥିବା ତୁଳନାରେ ଏହା 3,17,458 କିମ୍ବା 26 ପ୍ରତିଶତ ଅଧିକ । କେନ୍ଦ୍ରୀୟ ପବ୍ଲିକ୍ ଅଥରିଟି ଗୁଡିକ 2017-18 ମଧ୍ୟରେ ପ୍ରକ୍ରିୟାକୃତ RTI ଆବେଦନଗୁଡିକର 4 ପ୍ରତିଶତ (63,206) ପ୍ରତ୍ୟାଖ୍ୟାନ କରିଛନ୍ତି । ଅନ୍ୟପକ୍ଷେ ଉଭୟ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ସୂଚନା କମିଶନରଙ୍କ 155 ଟି ପଦବୀ ମଧ୍ୟରୁ କେବଳ 24 ଟି ଖାଲି ଥିବାବେଳେ 2018 ସୁଦ୍ଧା 48 ଟି ପଦବୀ ଖାଲି ଥିବା ଜଣାଯାଇଛି।
2019 ରେ ପ୍ରକାଶିତ ରାଜ୍ୟ ସ୍ବଚ୍ଛତା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମୋଟ RTI ଆବେଦନ ସଂଖ୍ୟା 3.02 କୋଟି ଅଟେ। ସର୍ବାଧିକ ସଂଖ୍ୟକ ଆରଟିଆଇ ଆବେଦନ ଗ୍ରହଣ କରୁଥିବା ଶ୍ରେଷ୍ଠ ପାଞ୍ଚଟି ବିଭାଗ ଏବଂ ରାଜ୍ୟ ହେଉଛି କେନ୍ଦ୍ରୀୟ ସୂଚନା ଆୟୋଗ (78.93 ଲକ୍ଷ), ମହାରାଷ୍ଟ୍ର (61.80 ଲକ୍ଷ), ତାମିଲନାଡୁ (26.91 ଲକ୍ଷ), କର୍ଣ୍ଣାଟକ (22.78 ଲକ୍ଷ) ଏବଂ କେରଳ (21.92 ଲକ୍ଷ)।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ