ETV Bharat / bharat

କେହି ବି ଖୁସି ନାହାଁନ୍ତି, ସମସ୍ତେ ଆନ୍ଦୋଳନରେ ବ୍ୟସ୍ତ: ମୋହନ ଭାଗବତ - ଆରଏସଏସ

ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ, ସୁଖ, ପ୍ରାଚୁର୍ଯ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି । ପୂର୍ବାପେକ୍ଷା ଆରାମଦାୟକର ମାଧ୍ୟମ ବଢିଛି ହେଲେ ମଧ୍ୟ କେହି ବି ଏଥିରେ ଖୁସି ନାହାଁନ୍ତି , ସମସ୍ତ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ସେ ମାଲିକ ହେଉ ଅବା ଶ୍ରମିକ, ବିପକ୍ଷ ଦଳ ହେଉ ଅବା ଆମ ଆଦମୀ, ଛାତ୍ର-ଶିକ୍ଷକ ସମସ୍ତେ ନାଖୁସ ଓ ଅସନ୍ତୁଷ୍ଟ ରହିଛନ୍ତି । ଅଧିକ ପଢନ୍ତୁ...

ମୋହନ ଭାଗବତ
ମୋହନ ଭାଗବତ
author img

By

Published : Feb 16, 2020, 11:40 AM IST

ଅହମ୍ମଦାବାଦ: ଭୌତିକ ସୁଖ ସୁବିଧାର ମାତ୍ରା ପୂର୍ବାପେକ୍ଷା ବୃଦ୍ଧି ପାଇଛି, ମାତ୍ର ସମାଜରେ ସମସ୍ତେ ଅସୁଖୀ ଓ ଲଗାତାର ଆନ୍ଦୋଳନ କରୁଛନ୍ତି । ଅହମଦାବାଦରେ ଆୟୋଜିତ ‘ବ୍ୟାଖ୍ୟାମ’ ସଭାରେ ‘ବର୍ତ୍ତମାନ ବିଶ୍ବ ପରିଦୃଶ୍ୟରେ ଭାରତର ଭୂମିକା’ ଉପରେ ଆଲୋକପାତ କରି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଏଭଳି ମତ ରଖିଛନ୍ତି । ‘ମାଧବ ସ୍ମୃତି ନ୍ୟାସ’ ଏହି ‘ବ୍ୟାଖ୍ୟାମ’ର ଆୟୋଜନ କରିଛି । ଏହି ନ୍ୟାସ ଆରଏସଏସ ସହ ଜଡିତ ରହିଛି ।

ଭାଗବତ ଆହୁରି କହିଛନ୍ତି ଯେ, ସୁଖ, ପ୍ରାଚୁର୍ଯ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି । ପୂର୍ବାପେକ୍ଷା ଆରାମଦାୟକର ମାଧ୍ୟମ ବଢିଛି ହେଲେ ମଧ୍ୟ କେହି ବି ଏଥିରେ ଖୁସି ନାହାଁନ୍ତି , ସମସ୍ତ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ସେ ମାଲିକ ହେଉ ଅବା ଶ୍ରମିକ, ବିପକ୍ଷ ଦଳ ହେଉ ଅବା ଆମ ଆଦମୀ, ଛାତ୍ର-ଶିକ୍ଷକ ସମସ୍ତେ ନାଖୁସ ଓ ଅସନ୍ତୁଷ୍ଟ ରହିଛନ୍ତି । ଭାରତ ପାଖରେ ଧର୍ମ (ଜ୍ଞାନ) ଦେବା ଓ ଏହାକୁ ପରିବ୍ୟାପ୍ତ କରିବ ଦାୟିତ୍ବ ରହିଛି । ଏହାକୁ ଧ୍ୟାନ ରଖିବା ଉଚିତ୍‌ ମାତ୍ର ମନୁଷ୍ୟ ରୋବର୍ଟ ନହେଉ ବୋଲି ସେ କହିଛନ୍ତି । ସର୍ବଦା ଆମେ ବୈଶ୍ବିକ ପରିବାରର କଥା କହିଆସିଛୁ, ବୈଶ୍ବିକ ବଜାର ଆମ ପାଇଁ ଗୁରୁତ୍ବପୂର୍ଣ୍ଣ ନୁହେଁ । ବର୍ତ୍ତମାନ ସମୟରେ କଠୋରତା, ହିଂସା ଓ ଆତଙ୍କବାଦ କାୟା ମେଲାଉଛି ।

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ସଂଘ ପ୍ରମୁଖ କହିଛନ୍ତି ଯେ, ଆମେ ଏକ ଶ୍ରେଷ୍ଠ ଦୁନିଆରେ ଜୀବନଯାପନ କରୁଛେ, ଏହା ଅର୍ଧସତ୍ୟ ଅଟେ । ମୌଳିକ ସୁଖସୁବିଧା ସମସ୍ତଙ୍କୁ ସମାନ ରୂପେ ମିଳିପାରୁନାହିଁ । ଏଠି ଜଙ୍ଗଲ ନିୟମ ଚାଲୁ ରହିଛି । ଆଗକୁ ବଢିବା ପାଇଁ ସକ୍ଷମ ବ୍ୟକ୍ତି ଦୁର୍ବଳ ଉପରେ ରାଜ କରୁଛି । ଦୁନିଆରେ ବିଧ୍ବଂସକାରୀ ଜ୍ଞାନର ବ୍ୟବହାର ଅତ୍ୟଧିକ ହେଉଛି । ବିଶ୍ବରେ ମିଥ୍ୟା, ବିଭ୍ରାନ୍ତିକର ସୂଚନା ପ୍ରସାରିତ କରିବା ପାଇଁ ସୋସିଆଲ ମିଡିଆର ଦୁରୋପଯୋଗ କରାଯାଉଛି । ସମସ୍ତଙ୍କୁ ଗୋଟିଏ ନଜରରେ ଦେଖିବାର ପ୍ରୟାସ ବର୍ତ୍ତମାନ ସମୟରେ ଏକପ୍ରକାର କଠୋରପଣିଆର ରୂପ ନେଉଛି ବୋଲି ସେ କହିଛନ୍ତି ।

ବିଶ୍ବରେ ଆମେରିକା ଓ ଋଷ ସୁପରପାୱାର ଓ ଆଗାମୀ ଦିନରେ ଚୀନ ମଧ୍ୟ ସୁପର ପାୱାରରେ ପରିଣତ ହୋଇଯିବ । ସୁପରପାୱାର ଦେଶ ଅନ୍ୟମାନଙ୍କ ପାଇଁ କଣ କରିଛନ୍ତି ? କେବଳ ନିଜ ନିଜ ଏଜେଣ୍ଡା ପାଇଁ ଅନ୍ୟ ଦେଶ ଉପରେ ନିୟନ୍ତ୍ରଣ କରିବା ଜାରି ରଖୁଛନ୍ତି ବୋଲି କହିଛନ୍ତି ସଂଘ ପ୍ରମୁଖ । ଭାଗବତ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଭାରତୀୟ ଯୁବକ ଦେଶର ଜ୍ଞାନ ଓ ଶକ୍ତିକୁ ସ୍ବୀକାର କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି, ଭାରତରେ ଯାହା ବି କିଛି ଭଲ କାମ ହେଉଛି ସେମାନେ ଏହା ଅନ୍ୟ ଦେଶରୁ ଆସିଥିବା ଭାବୁଛନ୍ତି । ଦୁନିଆଁ ବଳବାନର କଥା ଶୁଣିଥାଏ, ଭାରତକୁ ବଳଶାଳୀ କରିବା ପାଇଁ ସମସ୍ତଙ୍କୁ ଅପିଲ କରିଛନ୍ତି ସଂଘ ପ୍ରମୁଖ ମୋହନ ଭାଗବତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.