ETV Bharat / bharat

ରାଜ୍ୟସଭାରେ ଆର୍ଥିକ ଚୁକ୍ତିନାମା ଓ ବୈଦେଶିକ ଯୋଗଦାନ ସମ୍ବନ୍ଧୀୟ ବିଧେୟକ ପାରିତ - Shiv Sena MPs

ଆର୍ଥିକ ଚୁକ୍ତିନାମା ଦ୍ବିପାକ୍ଷିକ ନେଟିଂ ବିଲ୍, 2020 ରାଜ୍ୟସଭାରେ ପାରିତ ହୋଇଛି। ଏହାସହ ବୈଦେଶିକ ଯୋଗଦାନ (ନିୟମାବଳୀ) ସଂଶୋଧନ ବିଲ୍, 2020 (FCRA) ମଧ୍ୟ ରାଜ୍ୟସଭାରୁ ପାରିତ ହୋଇଛି।

ରାଜ୍ୟସଭା
ରାଜ୍ୟସଭା
author img

By

Published : Sep 23, 2020, 1:18 PM IST

ନୂଆଦିଲ୍ଲୀ: ଆର୍ଥିକ ଚୁକ୍ତିନାମା ଦ୍ବିପାକ୍ଷିକ ନେଟିଂ ବିଲ୍, 2020 ରାଜ୍ୟସଭାରେ ପାରିତ ହୋଇଛି। ଏହି ବିଲ୍ ଲୋକସଭା ପୂର୍ବରୁ ପାରିତ ହୋଇସାରିଛି। ଏହି ବିଲ୍ ମାଧ୍ୟମରେ ଦେଶର ଆର୍ଥିକ ବଜାରରେ ଯୋଗ୍ୟ ଆର୍ଥିକ ଚୁକ୍ତିନାମା ଦ୍ବିପାକ୍ଷିକ ନେଟିଂକୁ ବାଧ୍ୟତାମୂଳକତା କରାଯାଇଛି । ଏହି ବିଲ ମାଧ୍ୟମରେ ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ‘ଏହା କେବଳ ଦ୍ବିପାକ୍ଷିକ ଚୁକ୍ତିନାମା । ଯାହାର କୌଣସି ଦୃଢ ଆଇନଗତ ଭିତ୍ତି ନାହିଁ। ମାର୍ଚ୍ଚ 2018 ସୁଦ୍ଧା କ୍ଲିୟରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ବିପାକ୍ଷିକ ଡେରିଭେଟିଭ୍ ଚୁକ୍ତି ଗୁଡିକର ମୂଲ୍ୟ 56,33,257 କୋଟି ହେବ ବୋଲି ଆକଳନ କରାଯାଇଛି। ଦ୍ବିପାକ୍ଷିକ ଚୁକ୍ତିନାମା ମୋଟ ଆର୍ଥିକ ଚୁକ୍ତି ଗୁଡିକର 40 ପ୍ରତିଶତ ଗଠନ କରୁଥିବାବେଳେ ବହୁପକ୍ଷୀୟ ଚୁକ୍ତିନାମା 60 ପ୍ରତିଶତ ଅଟେ ବୋଲି ସେ କହିଛନ୍ତି।

ଏହାସହ ବୈଦେଶିକ ଯୋଗଦାନ (ନିୟମାବଳୀ) ସଂଶୋଧନ ବିଲ୍, 2020 (FCRA) ରାଜ୍ୟସଭାରୁ ପାରିତ ହୋଇଛି। ଏହି ବିଲ୍ ମଧ୍ୟ ଲୋକସଭା ଦ୍ବାରା ପାରିତ ହୋଇସାରିଛି। ରେଜିଷ୍ଟ୍ରେସନ ସମୟରେ ଏନଜିଓର ଆଧାର ନମ୍ବର ପ୍ରଦାନ କରିବା ତଥା ଅନ୍ୟାନ୍ୟ ପରିବର୍ତ୍ତନ ଆଣିବା ବାଧ୍ୟତାମୂଳକ କରିବା ପାଇଁ ସଂସଦ ବୁଧବାର ଏକ ବିଲ୍ ଅନୁମୋଦନ କରିଛି।

ଏହି ବିଲ୍ ଉପରେ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଏହି ଆଇନ କୌଣସି ଏନଜିଓ ବିରୋଧରେ ନୁହେଁ ଏବଂ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏହା ଏକ ପ୍ରୟାସ। ଏହି ସଂଶୋଧନ ଦେଶରେ ଭଲ କାମ କରିବାକୁ ଚାହୁଁଥିବା ଭଲ ଏନଜିଓର ସ୍ବାର୍ଥ ହିତରେ ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.