ହାଇଦ୍ରାବାଦ: ଛାତ ଭୁଶୁଡ଼ି 5 ମହିଳାଙ୍କ ମୃତ୍ୟୁ । ତେଲେଙ୍ଗାନାର ୱାନାପାର୍ଟି ଜିଲ୍ଲାର ଗୋପାଳପେଟା ମଣ୍ଡଳ ନିକଟସ୍ଥ ବୁଦ୍ଧରାମରେ ଛାତ ଭୁଶୁଡି 5 ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଗତ ଏକ ବର୍ଷ ପୂର୍ବେ ନରସିଂହ ନାମକ ଜଣେ ବ୍ୟକ୍ତିଙ୍କର ଗାଁରେ ମୃତ୍ୟୁ ହୋଇଥିଲା। ତାଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ପୁଅ ଏବଂ ସେମାନଙ୍କ ପରିବାର ବୁଦ୍ଧରାମକୁ ଆସିଥିଲେ। ରୀତିନୀତି ଅନୁଯାୟୀ ଶ୍ରାଦ୍ଧ ସରିବା ପରେ ଗୋଟିଏ କୋଠରୀରେ 11 ଜଣ ଲୋକ ଶୋଇଥିଲେ ।
ନିକଟରେ ହାଇଦ୍ରାବାଦରେ ହୋଇଥିବା ବାଦଲ ଫଟା ବର୍ଷାରେ ଉକ୍ତ କୋଠରୀର ଛାତ ବତୁରି ଯାଇଥିଲା । ଫଳରେ ହଠାତ୍ ଛାତଟି ଭୁଶୁଡି ପଡିଥିଲା । ଯେଉଁଥିରେ 5 ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି ।
ଏପଟେ ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ ପଠାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ