ନୂଆଦିଲ୍ଲୀ: ଶନିବାର ପଶ୍ଚିମ ଦିଲ୍ଲୀର ବିଷ୍ଣୁ ଉଦ୍ୟାନ ଅଞ୍ଚଳରେ ଛାତ ଭୁଶୁଡ଼ି 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି । ଆହତ 6 ଜଣଙ୍କ ମଧ୍ୟରୁ 5 ଜଣଙ୍କୁ ଡିଡିୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣେ ଦିଲ୍ଲୀର ଗୁରୁ ଗୋବିନ୍ଦ ସିଂ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଅଧିକାରୀ କହିଛନ୍ତି ।
ତେବେ ସୂଚନା ପାଇ ଘଟଣା ସ୍ଥଳରେ ଚାରିଟି ଦମକଳ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ଏହା ଏକ ପୁରୁଣା କୋଠା ଥିବା ଜଣାପଡ଼ିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ