ETV Bharat / bharat

କେରଳର ସ୍ମାର୍ଟ ରେସ୍ତାରୋଁ: ଗୋଟିଏ କ୍ଲିକରେ ରୋବର୍ଟ ପରଷିବ ଖାଦ୍ୟ

ସ୍ମାର୍ଟଯୁଗ ଆଉ ସ୍ମାର୍ଟ ଲୋକ । ଏହାକୁ ନେଇ ଆଗେଇ ଚାଲିଛି ଦେଶ। ସେହିପରି ବିଜ୍ଞାନ ବଢାଇଛି ଉନ୍ନତି ଦିଗରେ ଆଉ ଏକ ପାଦ । ଏବେ ହୁଏତ ଅନେକ କାର୍ଯ୍ୟ କରିବା ପାଇଁ ମାନବର ଆବଶ୍ୟକତା ପଡିବ ନାହିଁ। କାରଣ ଏବେ ହୋଟେଲରେ ଚଲାବୁଲା କରିବ ରୋବୋଟ୍ । ଆଉ ପରଷିବ ଖାଦ୍ୟ ।

author img

By

Published : Jul 15, 2019, 1:27 PM IST

ପ୍ରତିକାତ୍ମକ ଫଟୋ

କନ୍ନୁର: ରେସ୍ତାରୋଁ ଖାଦ୍ୟ ପରଷିବେ ଆଲିନା, ହେଲେନ ଓ ଜାନେ । ଏ ନାଁ ରୁ ହିଁ ଆପଣ ଜାଣିଦେଇଥିବେ ଏମାନେ କେହି ପାରମ୍ପରିକ ୱେଟର ନୁହଁନ୍ତି । କିନ୍ତୁ ନିଜର ବେଶଭୂଷା, ଚାଲିଚଳଣ ଓ ବ୍ୟବହାରରେ ଏମାନେ ମାର୍ଜିତ ଓ ସଂସ୍କାରୀ । ଏମାନଙ୍କ ଶରୀର ରକ୍ତ ମାଂସରେ ଗଢା ନୁହେଁ କାରଣ ଏମାନେ ହେଉଛନ୍ତି ରୋବର୍ଟ ।

ସ୍ମାର୍ଟଯୁଗ ଆଉ ସ୍ମାର୍ଟ ଲୋକ। ଏହାକୁ ନେଇ ଆଗେଇ ଚାଲିଛି ଦେଶ । ବିଭିନ୍ନ ସମୟରେ ଉନ୍ନତ ଧରଣର ବୈଜ୍ଞାନିକ ଜ୍ଞାନ କୌଶଳର ପ୍ରଯୋଗରେ ଉଦ୍ଭାବନ ହୋଇଚାଲିଛି ନୂଆ ଯନ୍ତ୍ରପାତି । ସେହିପରି ବିଜ୍ଞାନ ବଢାଇଛି ଉନ୍ନତି ଦିଗରେ ଆଉ ଏକ ପାଦ । ଏବେ ହୁଏତ ଅନେକ କାର୍ଯ୍ୟ କରିବା ପାଇଁ ମାନବ ସମ୍ବଳର ଆବଶ୍ୟକ ପଡିବ ନାହିଁ । କାରଣ ଏବେ ହୋଟେଲରେ ଚଲାବୁଲା କରିବ ରୋବୋଟ୍ । ଆଉ ପରଷିବ ଖାଦ୍ୟ । ଖାଲି ସେତିକି ନୁହେଁ, ଉଠିବ, ବସିବ ଓ ସବୁଠୁ ବଡକଥା ହେଉଛି ମଣିଷ ଡାକିଲେ ଶୁଣିବା ସହ ନିର୍ଦ୍ଦେଶ ଦେଲେ ମାନିବ ।

ସେହିପରି ଏକ ରୋବଟିକ ରେସ୍ତାରୋଁ ରବିବାର କେରଳର କନ୍ନୁରରେ ଖୋଲାଯାଇଛି । ଯାହା ଅନ୍ୟସବୁ ରେସ୍ତୋରାଁଠାରୁ ଟିକେ ଭିନ୍ନ । କେରଳରେ ପ୍ରଥମ ଥର ପାଇଁ ଏହି ରୋବଟ ୱେଟରଙ୍କ ଦ୍ବାରା କାମ ଆରମ୍ଭ କରାଯାଉଛି ବୋଲି ନୂଆକରି ଏହାକୁ ଆରମ୍ଭ କରିଥିବା ଅଭିନେତା ମାନିଆନପିଲା ରାଜୁ କହିଛନ୍ତି ।

ତାଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ବିଭିନ୍ନ କ୍ଷେତ୍ରରେ ମାନବ ସମ୍ବଳର ଘୋର ଅଭାବ । ତେଣୁ ଏ ସ୍ଥାନରେ ରୋବୋଟର ବ୍ୟବହାର କରି କାର୍ଯ୍ୟ ହାସଲ ସହ ଅଧିକ ଗ୍ରାହକଙ୍କୁ ଆକର୍ଷିତ କରାଯାଇପାରିବ। ଯଦି ଏହି ଯୋଜନା ସଫଳ ହୋଇପାରିବ ତେବେ ଆଗାମୀ ଦିନରେ କେରଳର ବିଭିନ୍ନ ରୋସ୍ତୋରାଁରେ ଏହାକୁ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରଖାଯାଇଛି । ସୂଚନା ଅନୁସାରେ, ବିଦେଶର ବିଭିନ୍ନ ରେଷ୍ଟୁରାଣ୍ଟରେ ରୋବୋଟ ଦ୍ବାରା ଖାଦ୍ୟ ପରିଷିବା କାର୍ଯ୍ୟ କରାଯାଉଛି । ଏହାସହ ପୂର୍ବରୁ କାଠମାଣ୍ଡୁର ଏକ ରୋସ୍ତୋରାଁରେ ରୋବୋଟ ୱେଟର ଭାବେ କାମ କରୁଛି ।

Intro:Body:

BLANK FOR LINK STORY 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.