ETV Bharat / bharat

ସୁରକ୍ଷାକୁ ନେଇ ଫେସବୁକରେ ପ୍ରତିକ୍ରିୟା ରଖିଲେ ରବର୍ଟ ଭଦ୍ରା

ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା ସୁରକ୍ଷାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସେ କହିଛନ୍ତି ଏହା ପ୍ରିୟଙ୍କା ଗାନ୍ଧୀ, ମୋ ପୁଅ-ଝିଅ କିମ୍ବା ଗାନ୍ଧୀ ପରିବାରର ସୁରକ୍ଷା ପାଇଁ ନୁହେଁ ବରଂ ଆମ ଦେଶର ନାଗରିକ ବିଶେଷ ଭାବରେ ମହିଳାଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

author img

By

Published : Dec 3, 2019, 8:23 PM IST

robert-bhadra-facebook-post
ଫଟୋ ସୌଜନ୍ୟ : ଫାଇଲ ଫଟୋ

ଦିଲ୍ଲୀ: ସୁରକ୍ଷା ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ରବର୍ଟ ଭଦ୍ରା । ଏନେଇ ସେ କହିଛନ୍ତି ଏହା ପ୍ରିୟଙ୍କା ଗାନ୍ଧୀ, ମୋ ପୁଅ-ଝିଅ କିମ୍ବା ଗାନ୍ଧୀ ପରିବାରର ପାଇଁ ନୁହେଁ ବରଂ ଆମ ଦେଶର ନାଗରିକ ବିଶେଷ ଭାବରେ ମହିଳାଙ୍କ ସୁରକ୍ଷା ଉପରେ ବିଶେଷ ଭାବରେ ଧ୍ୟାନ ଦିଆଯିବା ଆବଶ୍ୟକ । ବେଳେବେଳେ ସୁରକ୍ଷାକୁ ନେଇ ବୁଝାମଣା କରିବା ପାଇଁ ପଡୁଛି ବୋଲି ସେ କହିଛନ୍ତି ।

ଦିନକୁ ଦିନକୁ ବଳତ୍କାର ଭଳି ଘଟଣା ବଢିବାରେ ଲାଗିଥିବା ବେଳେ, ଆମେ କେମିତି ସମାଜ ତିଆରି କରୁଛୁ ବୋଲି ମତ ରଖିଛନ୍ତି ରବର୍ଟ ଭଦ୍ରା । ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବା ସରକାରଙ୍କ ଦାୟିତ୍ବ । ଯଦି ନିଜ ଦେଶରେ ଆମେ ନିଜ ଘରେ କିମ୍ବା ବାହାରେ ସୁରକ୍ଷିତ ନାହୁଁ ତାହାଲେ ଆମେ କେଉଁଠି ସୁରକ୍ଷିତ?

ସୁରକ୍ଷା ପ୍ରସଙ୍ଗକୁ ନେଇ ରବର୍ଟ ଭଦ୍ରା ଦୁଇଟି ଘଟଣା ବାବଦରେ ଲେଖିଛନ୍ତି । ପ୍ରଥମରେ ସେ ହାଇଦ୍ରାବାଦରେ ହୋଇଥିବା ପ୍ରାଣୀଧନ ଚିକିତ୍ସକଙ୍କ ହୋଇଥିବା ଗଣଦୁଷ୍କର୍ମ ଏବଂ ଦ୍ବିତୀୟ ଘଟଣା ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷା ହଟାଯିବା । ନିକଟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଲୋଧି ରୋଡ ସ୍ଥିତ ବାସଭବନରେ କିଛି ଲୋକ ସେଲଫି ନେବା ପାଇଁ ପଶିଯାଇଥିଲେ । ଯାହା ତାଙ୍କର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲା । ଏ ଘଟଣା ବାବଦରେ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ରବର୍ଟ ଭଦ୍ରା ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.