ଜୟପୁର: ରାଜସ୍ଥାନ ଜାତୀୟ ରାଜପଥ 21 ବାଲାଜୀ ବୁଲାଣୀରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ 3 ମହିଳାଙ୍କ ସମେତ 5 ଜଣଙ୍କ ମୃତ୍ୟୁ ଘଟିଥିବାବେଳେ 10 ଜଣ ଆହତ ଅଛନ୍ତି । ବାଲାଜୀ ବୁଲାଣୀରେ ଠିଆ ହୋଇଥିବା ବସକୁ ପଛପଟୁ ପିଟିଦେଲା ଯାତ୍ରୀବାହୀ ଜିପ୍ । ଘଟଣାସ୍ଥଳରେ ହିଁ 5 ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।
ଜିପରେ ପରିବାର ଲୋକେ ପାଲୀ ରୁ ହରିଦ୍ବାରକୁ ଯାଇଥିଲା । ସେଠାରୁ ଦର୍ଶନ ସାରି ଫେରିବା ବାଟରେ ଏନଏଚ 24 ରେ ଦୁର୍ଘଟଣା ଘଟିଲା । ଘଟଣା ସମ୍ପର୍କରେ ଖବର ପାଇ ବାଲାଜୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲ ପହଞ୍ଚାଇଛି । ସେପଟେ ମୃତଶରୀରକୁ ପୋସିଲ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।