ETV Bharat / bharat

ଦେବଭୂମିରେ ନଦୀର ନେଟୱାର୍କ, ଜାଣନ୍ତୁ କାହିଁକି ରହିଛି ଗଙ୍ଗାକୁ ଗ୍ଲାସିଅର ବିପଦ...

ସୂଚନା ଅନୁଯାୟୀ ନନ୍ଦ ପ୍ରୟାଗର ଆଗରେ ଅଳକାନନ୍ଦା ନଦୀର ଜଳ ସ୍ଥର ଏବେ ହ୍ରାସ ପାଇବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଉତ୍ତରାଖଣ୍ଡରେ ଥିବା ଗ୍ଲାସିଅରର ରହସ୍ୟ ଓ ଏଠାକାର ନଦୀର ନେଟୱାର୍କ ବିଷୟରେ...

ଦେବଭୂମିରେ ନଦୀର ନେଟୱାର୍କ, ଜାଣନ୍ତୁ କାହିଁକି ଗଙ୍ଗାକୁ ରହିଛି ଗ୍ଲାସିଅରର ବିପଦ...

author img

By

Published : Feb 8, 2021, 6:28 AM IST

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚମେଲି ଜିଲ୍ଲାରେ ହିମସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତିର ସାମ୍ନା କରିଛି ଦେବଭୂମି । ଉତ୍ତରାଖଣ୍ଡର ଚମେଲି ଜିଲ୍ଲାରେ ହିମସ୍ଖଳନ ଯୋଗୁଁ 10 ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ 100ରୁ ଊର୍ଦ୍ଧ୍ବ ନିଖୋଜ ଅଛନ୍ତି । ବର୍ତ୍ତମାନସୁଦ୍ଧା 20 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇସାରିଛି । ହିମସ୍ଖଳନ ଯୋଗୁଁ ଋଷି ଗଙ୍ଗା ଓ ଧଉଳି ଗଙ୍ଗା ସଙ୍ଗମ ସ୍ଥଳରେ ଅବସ୍ଥିତ ଋଷି ଗଙ୍ଗା ସ୍ଥିତ ରୈଣୀ ଗାଁ ନିକଟରେ ଥିବା ଋଷି ଗଙ୍ଗା ଜଳବିଦ୍ୟୁତ ପ୍ରୋଜେକ୍ଟରେ ହୋଇଛି ବ୍ୟାପକ କ୍ଷୟକ୍ଷତି ।

ସୂଚନା ଅନୁଯାୟୀ ନନ୍ଦ ପ୍ରୟାଗର ଆଗରେ ଅଳକାନନ୍ଦା ନଦୀର ଜଳ ସ୍ଥର ଏବେ ହ୍ରାସ ପାଇବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ଉତ୍ତରାଖଣ୍ଡରେ ଥିବା ଗ୍ଲାସିଅରର ରହସ୍ୟ ଓ ଏଠାକାର ନଦୀର ନେଟୱାର୍କ ବିଷୟରେ...

ଗ୍ଲାସିଅରରୁ ନଦୀର ଉତ୍ପତି

ଉତ୍ତରାଖଣ୍ଡକୁ 2 ଭାଗରେ ବିଭକ୍ତ କରାଯାଇଛି । ପୂର୍ବରେ ଅବସ୍ଥିତ ଛୋଟ ଭୂଖଣ୍ଡକୁ କୁମାୟୁ କୁହାଯାଉଥିବା ବେଳେ ଦ୍ବିତୀୟ ବୃତ ଭୂଖଣ୍ଡକୁ ଗଢୱାଲ ନାଁରେ ଜଣାଯାଏ । ଉତ୍ତରାଖଣ୍ଡର ଗଢୱାଲରେ ଦେଖିବାକୁ ମିଳେ ବଡ ବଡ ଗ୍ଲେସିଅର । ଏହି ଗ୍ଲାସିଅରରୁ ହିଁ ଉତ୍ପନ୍ନ ହୁଏ ଅନେକ ନଦୀ ।

ଗ୍ଲାସିଅରର ଗଠନ

ଉଚ୍ଚତା ବଢିବା ସହିତ ତାପମାତ୍ର ମଧ୍ୟ ହ୍ରାସ ହୋଇଥାଏ । ତାମମାତ୍ରା ହ୍ରାସ ଯୋଗୁଁ ଜଳବାୟୁରେ ଆଦ୍ରତା ବୃଦ୍ଧି ହୁଏ । ଆଉ ଏହି ଆଦ୍ରତା ବାହାଡ ସହିତ ମିଶି ବରଫର ସ୍ରୋତ ତିଆରି କରେ, ଯାହାକୁ ଗ୍ଲାସିଅର ବୋଲି କୁହାଯାଏ । ଏହି ଗ୍ଲାସିଅରର ବରଫ ତରଳି ନଦୀର ନିର୍ମାଣ କରିଥାଏ ।

ଉତ୍ତରାଖଣ୍ଡ ନଦୀର ନେଟୱାର୍କ

ବଦ୍ରିନାଥରେ ରହିଛି ସତୋପନ୍ଥ ନାଁରେ ଏକ ସ୍ଥାନ, ଯେଉଁଠୁ ଉତ୍ପନ୍ନ ହୁଏ ବିଷ୍ଣୁ ନଦୀ । ଏଠାରୁ ଗୋଟିଏ ଦିଗରୁ ଆସେ ଧଉଳି ନଦୀ । ହିମସ୍ଖଳନ ଘଟଣା ଏହି ନଦୀରେ ହୋଇଛି । ଧଉଳି ଓ ବିଷ୍ଣୁ ନଦୀର ଯେଉଁଠି ସଂଗମ ହୁଏ, ସେହି ସ୍ଥାନକୁ ବିଷ୍ଣୁ ପ୍ରୟାଗ କୁହାଯାଏ । ପ୍ରୟାଗର ଅର୍ଥ ମିଳନ ।

ଯଦି ଗୋଟିଏ ନଦୀର ଗଭୀରତା ଅଧିକ ଓ ଅନ୍ୟ ନଦୀର ଗଭୀରତା କମ, ତେବେ ଅଧିକ ଗଭୀରତା ଥିବା ନଦୀର ନାଁରେ ହିଁ ସେହି ନଦୀ ଆଗକୁ ବଢିଥାଏ । ହେଲେ ବିଷ୍ଣୁ ଓ ଧଉଳି ନଦୀର ଗଭୀରତା ସମାନ ହୋଇଥିବା କାରଣରୁ ଏହାର ନାଁ ବଦଳି ଅଳକାନନ୍ଦା ହୁଏ । କାରଣ ଦୁଇ ନଦୀର ଗଭୀରତା ସମାନ ହେଲେ ସେହି ନଦୀର ନାଁ ବଦଳିଥାଏ ।

ଅଳକାନନ୍ଦାରେ ରହିଛି 5 ପ୍ରୟାଗ

ଅଳକାନନ୍ଦାରେ ରହିଛି ମୋଟ 5 ପ୍ରୟାଗ । ପ୍ରଥମ ପ୍ରୟାଗ ବିଷ୍ଣୁ ଓ ଧଉଳି ସଂଗମରେ ତିଆରି ହୁଏ । ଅଳକାନନ୍ଦା ଯେବେ ଆଗକୁ ବଢି ନନ୍ଦାକନୀ ନଦୀ ସହ ମିଶିଥାଏ । ଦୁଇ ନଦୀର ଏହି ମିଳନସ୍ଥଳକୁ ନନ୍ଦ ପ୍ରୟାଗ ନାଁରେ ଜଣାଯାଏ । ଅଳକାନନ୍ଦା ଯେବେ ଆହୁରି ଆଗକୁ ଯାଏ ତେବେ ଏହା ପିଣ୍ଡାରା ନଦୀରେ ମିଶେ । ଏଠାରେ ଦୁଇ ନଦୀର ମିଳନ ସ୍ଥଳକୁ କର୍ଣ୍ଣ ପ୍ରୟାଗ କୁହାଯାଏ ।

ସେପଟେ କେଦାରନାଥରୁ ଉତ୍ପନ୍ନ ମନ୍ଦାକିନୀ ନଦୀ ମଧ୍ୟ ଆଗକୁ ଯାଇ ଅଳକାନନ୍ଦାରେ ଶେଷ ହୋଇଯାଏ । ଅଳକାନନ୍ଦା ଓ ମନ୍ଦାକିନୀର ଏହି ସଂଗମସ୍ଥଳକୁ ଋଦ୍ରପ୍ରୟାଗ କୁହାଯାଏ । ଋଦ୍ରପ୍ରୟାଗରୁ ଆଗକୁ ବଢି ଅଳକାନନ୍ଦାର ମିଳନ ଉତ୍ତରକାଶୀର ଗୋମୁଖରୁ ଆସିଥିବା ଭାଗିରଥି ନଦୀ ସହ ହୋଇଥାଏ । ଉତ୍ତରାଖଣ୍ଡବାସୀ ମୁଖ୍ୟରୂପେ ଏହି ନଦୀକୁ ଗଙ୍ଗା ବୋଲି ମାନନ୍ତି, ଯେଉଁଠି ଅଳକାନନ୍ଦାକୁ ଶାଖା ନଦୀ ରୂପେ ବିବେଚନା କରାଯାଏ ।

ଗଙ୍ଗା ନଦୀର ଗଠନ

ଗୋମୁଖରୁ ଆସିଥିବା ଭାଗୀରଥି ମଝିରୁ ଭିଲାଙ୍ଗାନା ନଦୀକୁ ସାଥିରେ ନେଇ ଆଗକୁ ବଢେ । ଅଳାକାନନ୍ଦା ଓ ଭାଗୀରଥି ଯେଉଁ ବିନ୍ଦୁରେ ମିଶନ୍ତି, ଏହାକୁ ଦେବପ୍ରୟାଗ କୁହାଯାଏ । ଏଠାରେ ଦୁଇଟି ନଦୀର ଗଭୀରତା ସମାନ ହୋଇଥିବା କରଣରୁ ଅଳକାନନ୍ଦା ଓ ଭାଗୀରଥିର ନାଁ ପରିବର୍ତ୍ତନ ହୋଇ ଗଙ୍ଗା ହୋଇଯାଏ ।

ଗଙ୍ଗା ନଦୀକୁ ଗ୍ଲାସିଅରର ବିପଦ

ତେବେ ଉତ୍ତରାଖଣ୍ଡର ଚାମୋଲିରେ ହୋଇଥିବା ହିମସ୍ଖଳନ ଯୋଗୁଁ ଗଙ୍ଗାକୁ ମଧ୍ୟ ବିପଦ ରହିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଙ୍ଗା ନଦୀ ଉପକୂଳରେ ଥିବା ସମସ୍ତ ଜିଲ୍ଲାର ଅଧିକାରୀ ଜିଲ୍ଲାଧିକାରୀ ଓ ପୋଲିସ ଅଧିକାରୀଙ୍କ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯୋଗୀ ଆଦିତ୍ୟନାଥ ରାଜ୍ୟ ସମ୍ବନ୍ଧିତ ସମସ୍ତ ବିଭାଗ ଏବଂ ଅଧିକାରୀଙ୍କୁ ସତର୍କ ରହିବାକୁ କହିଛନ୍ତି । ଏହାସହ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରିସ୍ଥିତିକୁ ଲକ୍ଷ୍ୟ କରି ଏନଡିଆରଏଫକୁ ମଧ୍ୟ ସତର୍କ କରାଯାଇଛି ।

ସେହିପରି ବିଜନୋର ଜନପଦର ସୋସିଆଲ ମିଡିଆ ସେଲ ଦ୍ବାରା ଗଙ୍ଗା ନଦୀରେ ବନ୍ୟା ଆଶଙ୍କା ଥିବା କୁହାଯାଉଛି । ଉତ୍ତରପ୍ରଦଦେଶର ଗଙ୍ଗା ଉପକୂଳ ଜିଲ୍ଲା ଉନ୍ନାଓ, କନ୍ନୌଜ, ବିଜନୋର, ଫତେହଗଡ, ପ୍ରୟାଗରାଜ, କାନପୁର, ମିର୍ଜାପୁର, ଗଢମୁକ୍ତେଶ୍ବର, ଗାଜୀପୁର ଓ ବାରଣାସୀରେ ହାଇ ଆଲର୍ଟ ଜାରି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.