ETV Bharat / bharat

ଭାରତ-ପାକିସ୍ତାନ ସୀମା ଅଞ୍ଚଳରେ ବଢିପାରେ ପଙ୍ଗପାଳ ଆକ୍ରମଣ: FAO

author img

By

Published : Jul 22, 2020, 12:33 PM IST

ଭାରତ-ପାକିସ୍ତାନ ସୀମାରେ ବଢିପାରେ ପଙ୍ଗପାଳ ଆକ୍ରମଣ । ଏଫଏଓ ପକ୍ଷରୁ ମିଳିଛି ସୂଚନା । ସୋମାଲିଆରୁ ଆସିପାରନ୍ତି ପଙ୍ଗପାଳ ଗୋଷ୍ଠୀ ।

ଭାରତ-ପାକିସ୍ତାନ ସୀମା ଅଞ୍ଚଳରେ ବଢିପାରେ ପଙ୍ଗପାଳ ଆକ୍ରମଣ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (FAO) ମଙ୍ଗଳବାର କହିଛି ଯେ ସୀମିତ ସଂଖ୍ୟକ ପଙ୍ଗପାଳ ଉତ୍ତର-ପୂର୍ବ ସୋମାଲିଆରୁ ଭାରତ-ପାକିସ୍ଥାନ ସୀମା ଅଞ୍ଚଳକୁ ଯାଇପାରନ୍ତି। FAO କହିଛି ଯେ ସୋମାଲିଆରେ ହରଗିସା ଓ ଗାରୋୱେ ମଧ୍ୟରେ ଉତ୍ତର ମାଳଭୂମିରେ ପଙ୍ଗପାଳଙ୍କ ବିରୁଦ୍ଧରେ ଗ୍ରାଉଣ୍ଡ ଓ ଏରିଏଲ୍ କଣ୍ଟ୍ରୋଲ୍ ଅପରେସନ୍ ଚାଲିଛି। ପଙ୍ଗପାଳ ଉତ୍ତରରୁ ପୂର୍ବ ଦିଗକୁ ଗତି କରୁଛନ୍ତି ଓ ସେମାନେ ଭାରତ-ପାକିସ୍ଥାନ ସୀମାର ଉଭୟ ପାର୍ଶ୍ବରେ ଗ୍ରୀଷ୍ମ ପ୍ରଜନନ ଅଞ୍ଚଳରେ ପହଞ୍ଚିବା ପାଇଁ ଭାରତ ମହାସାଗର ଦେଇ ଯାଇପାରନ୍ତି ।

ପାକିସ୍ତାନର ଭାରତୀୟ ସୀମା ନିକଟ ଦକ୍ଷିଣ-ପୂର୍ବ ସିନ୍ଧର ନଗରପାର୍କର ଅଞ୍ଚଳରେ ପଙ୍ଗପାଳ ବିରୁଦ୍ଧରେ ନିୟନ୍ତ୍ରଣ କାର୍ଯ୍ୟ ଚାଲିଛି। ଆସନ୍ତା ସପ୍ତାହରେ ପଙ୍ଗପାଳ ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବ ବୋଲି FAO କହିଛି। ଭାରତର ପରିସ୍ଥିତିକୁ ନେଇ ସଂଗଠନ କହିଛି ଯେ ରାଜସ୍ଥାନରେ ପଙ୍ଗପାଳ ଦେଖାଦେଇଛି । ଏପର୍ଯ୍ୟନ୍ତ ଅଳ୍ପ ପଙ୍ଗପାଳ ଗୋଷ୍ଠୀ ଥିବା ବେଳେ ଆସନ୍ତା ସପ୍ତାହରେ ଏହି ସଂଖ୍ୟା ବୃଦ୍ଧି ପାଇବ । ଉତ୍ତରପ୍ରଦେଶରେ ପଙ୍ଗପାଳର କୌଣସି ଖବର ଆସିନାହିଁ କାରଣ ଅଧିକାଂଶ ପଙ୍ଗପାଳ ଗୋଷ୍ଠୀ ରାଜସ୍ଥାନକୁ ଫେରିଛନ୍ତି।

ବିଶ୍ବ ପାଣିପାଗ ସଂଗଠନ ନିକଟରେ କହିଛି ଯେ ଜଳବାୟୁ ପରିସ୍ଥିତି ପରିବର୍ତ୍ତନ ହେତୁ ଆଫ୍ରିକା, ଭାରତ ଓ ପାକିସ୍ଥାନର କିଛି ଅଂଶରେ ପଙ୍ଗପାଳ ଆକ୍ରମଣ ଖାଦ୍ୟ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି। ମିଳିତ ଜାତିସଂଘର ବିଶେଷ ଏଜେନ୍ସି କହିଛି ଯେ ଅତ୍ୟଧିକ ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ଯେପରିକି ମରୁଭୂମି ଅଞ୍ଚଳରେ ତାପମାତ୍ରା, ବର୍ଷା ବୃଦ୍ଧି ଓ ପ୍ରବଳ ପବନ ଫଳରେ କୀଟନାଶକ ପ୍ରଜନନ, ବିକାଶ ଓ ସ୍ଥାନାନ୍ତରଣ ପାଇଁ ଏକ ନୂତନ ପରିବେଶ ଯୋଗାଇଥାଏ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.