ETV Bharat / bharat

ଅଟୋ-ବସ୍‌ ଧକ୍କା: 8 ମୃତ, 10 ଆହତ - rings road accident 8 died

ଅଟୋ ଓ ବସ୍‌ ମଧ୍ୟରେ ଦୁର୍ଘଟଣା ଘଟି 8ଜଣ ପ୍ରାଣ ହରାଇଥିବାବେଳେ 10ଜଣ ଆହତ ହୋଇଛନ୍ତି । ରାଜସ୍ଥାନର ରିଙ୍ଗସ୍ ଜିଲ୍ଲାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଅଟୋ ଓ ବସ୍‌ ମଧ୍ୟରେ ଧକ୍କା; 8 ମୃତ, 10 ଆହତ
author img

By

Published : Nov 14, 2019, 9:04 AM IST

ଜୟପୁର: ରାଜସ୍ଥାନର ରିଙ୍ଗସ୍ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ସାମ୍ନାରୁ ଧକ୍କା ଦେଲା ବସ୍‌ । ଫଳରେ ଘଟଣାସ୍ଥଳରେ 7 ଜଣ ପ୍ରାଣ ହରାଇଥିବାବେଳେ 10ଜଣ ଆହତ ହୋଇଛନ୍ତି । ତେବେ ଆହତଙ୍କୁ ମେଡିକାଲ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ଘଟି ମୃତ୍ୟୁ ସଂଖ୍ୟା 8ରେ ପହଞ୍ଚିଛି ।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ରିଙ୍ଗସ୍ ଥାନା ଅଧିନସ୍ଥ ସନ୍ତୋଷପୁରା ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରେ 8ଜଣ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ରହିଛି । ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.