ଗୌହାଟୀ: କାଜିରଙ୍ଗା ଜାତୀୟ ଉଦ୍ୟାନ ଭିତରୁ ମିଳିଲା ଗୋଟିଏ ବୟସ୍କା ମାଇଗଣ୍ଡାର ମୃତଦେହ । ଗଣ୍ଡା ଦେହରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଥିବା କହିଛି ବନ ବିଭାଗ । ଶୁକ୍ରବାର ମେଟେକା ବିଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା କର୍ମଚାରୀ ଗଣ୍ଡାଟିର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।
ଗଣ୍ଡାଟିକୁ କେହି ହତ୍ୟା କରିଥିବା ବନବିଭାଗ ସନ୍ଦେହ କରୁଛି । ଏନେଇ ଜଣକୁ ଅଟକ ରଖି ପଚରାଉଚୁରା କରୁଛି ବିଭାଗ । ଘଟଣାସ୍ଥଳରୁ ବିପୁଳ ପରିମାଣରେ ଗୁଳି ଜବତ କରିଛି ବିଭାଗ । ଏପରିକି ଶିକାରି ଗଣ୍ଡାଟିକୁ ହତ୍ୟା କରିବା ପରେ ଶିଙ୍ଘ ତାଡି ନେଇଥିବା ସନ୍ଦେହ କରାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ