ETV Bharat / bharat

ଫେବୃଆରୀ 28 ପର୍ଯ୍ୟନ୍ତ ବଢିଲା ଅନ୍ତର୍ଜାତୀୟ ଘରୋଇ ବିମାନ ସେବା କଟକଣା - ବଢିଲା ଅନ୍ତର୍ଜାତୀୟ ଘରୋଇ ବିମାନ ସେବା ଉପରେ କଟକଣା

କୋରୋନା ମହାମାରୀ ପାଇଁ ଅନ୍ତର୍ଜାତୀୟ ଘରୋଇ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ପୁଣି ଫେବୃଆରୀ 28 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

Restrictions on international commercial flights increased until February 28
ଫେବୃଆରୀ 28 ପର୍ଯ୍ୟନ୍ତ ବଢିଲା ଅନ୍ତର୍ଜାତୀୟ ଘରୋଇ ବିମାନ ସେବା ଉପରେ କଟକଣା
author img

By

Published : Jan 29, 2021, 7:00 AM IST

ନୂଆଦିଲ୍ଲୀ: ଭାରତ ସରକାର କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଘରୋଇ ବିମାନ ସେବାକୁ ସ୍ଥଗିତ ରଖିଛନ୍ତି । ତେବେ ଆସନ୍ତା ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ଦେଶରୁ କୌଣସି ବିଦେଶକୁ କିମ୍ବା ବିଦେଶରୁ ଦେଶକୁ ଯାତ୍ରୀମାନେ ଗମନାଗମନ କରିପାରିବେ ନାହିଁ ।

ଏହି କଟକଣା ସମସ୍ତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗୁ ହୋଇ ନାହିଁ ବୋଲି ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶାଳୟ(DGCA) ସୂଚନା ଦେଇଛନ୍ତି । ମହାମାରୀ ସଂକ୍ରମଣ ଦୃଷ୍ଟିରୁ ନିର୍ଦ୍ଦେଶାଳୟ ପକ୍ଷରୁ ଗତ ବର୍ଷ ଜୁନ୍‌ 26 ତାରିଖରେ ଏହି ନିୟମକୁ ଲାଗୁ କରାଯାଇଥିଲା । ତେବେ ନିର୍ଦ୍ଦେଶାଳୟ ଏହି ଘରୋଇ ବିମାନ ସେବା ଉପରେ ଲାଗିଥିବା ଏହି ନିୟମର ସମୟସୀମାକୁ ବଢାଇଛନ୍ତି । ଆସନ୍ତା ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ଅର୍ଥାତ୍‌ 2359 ଘଣ୍ଟା ଏହି ସେବା ବନ୍ଦ ରହିବ ।

ୟୁକେରେ କୋରୋନା ମହାମାରୀର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଚଳିତ ବର୍ଷ ଫେବୃଆରୀ 14 ତାରିଖ ପର୍ଯ୍ୟନ୍ତ ପୂର୍ବରୁ ଏହି ସେବା ଉପରେ ଲାଗିଥିବା କଟକଣାକୁ ପୁଣି ଥରେ ବଢାଯାଇଥିଲା । ସୂଚନା ଥାଉ କି ଗତ ମାସ ୟୁକେରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଭାରତ ସମେତ ବିଭିନ୍ନ ଦେଶ ନିଜର ବିମାନ ସେବାକୁ ୟୁକେକୁ ବନ୍ଦ କରିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.