ଚେନ୍ନାଇ:ଘରେ ଘରେ ପରିଚିତ ପ୍ରସିଦ୍ଧ ଜହ୍ନ ମାମୁଁର ବିକ୍ରମ ବେତାଳ କାର୍ଟୁନକୁ ଜୀବନ୍ତ କରିଥିବା କଳାକାର କେ.ସି ଶିବଶଙ୍କର ପରଲୋକ । 96 ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟାରେ କେ.ସି ଶିବଶଙ୍କର ଦେହାନ୍ତ ହୋଇଛି । ସେ 'ଚନ୍ଦାମାମା ଶଙ୍କର' ଭାବରେ ବେଶ ପରିଚିତ ।
ପିଲାଟି ବେଳୁ ପ୍ରାୟ ସମସ୍ତେ ଗପ ଶୁଣିଥିବେ ରାଜା ବିକ୍ରମାଦିତ୍ୟଙ୍କ ବେତାଳ ପିଠିରେ ଓହଳି ଘଞ୍ଚ ଅରଣ୍ୟର ରାସ୍ତା ପାର ହୋଇଥାନ୍ତି । ଯାହାର ପ୍ରତିଛବି ସମସ୍ତଙ୍କ ମାନସ ପଟ୍ଟରେ ରହିଯାଇଛି । ଆଉ ଏହା ପଛରେ କେ.ସି ଶିବଶଙ୍କରଙ୍କର ଥିଲା ହାତ ।
ଜହ୍ନମାମୁଁ ଡିଜାଇନ ଟିମର ଶେଷ ସଦସ୍ୟ ଥିଲେ କେ.ସି ଶିବଶଙ୍କର । 1960 ମସିହାରେ ତାଙ୍କର ଏହି ଆଇକୋନିକ ଚିତ୍ର ଘରେ ଘରେ ପରିଚିତ । ସେ ତାମିଲନାଡୁର ଏରୋଡ ନିକଟ ଏକ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ସ୍ଥାନୀୟ ବିଦ୍ୟାଳୟରେ ଶିକ୍ଷକ ଥିଲେ ଏବଂ ମାତା ଜଣେ ଗୃହଣୀ ଥିଲେ ।