ବେଙ୍ଗାଲୁରୁ: ବିଜେପି ନେତାଙ୍କ ବିବାଦୀୟ ବୟାନ । ଜେଏନୟୁକୁ ସ୍ବାମୀ ବିବେକାନନ୍ଦଙ୍କ ନାମରେ ନାମିତ କରାଯାଉ ବୋଲି ବିଜେପି ଜାତୀୟ ସାଧାରଣ ସମ୍ପାଦକ ସି ରବି କହିଛନ୍ତି । ମହାରାଷ୍ଟ୍ର, ଗୋଆ ଏବଂ ତାମିଲନାଡୁ ଦାୟିତ୍ବରେ ଥିବା ବିଜେପିର ଜାତୀୟ ସାଧାରଣ ସମ୍ପାଦକ ସି ରବି ଟ୍ବିଟ କରି ଏହା ପ୍ରକାଶ କରିଛନ୍ତି ।
-
It is Swami Vivekananda who stood for the "Idea of Bharat". His philosophy & values signify the "Strength of Bharat".
— C T Ravi 🇮🇳 ಸಿ ಟಿ ರವಿ (@CTRavi_BJP) November 16, 2020 " class="align-text-top noRightClick twitterSection" data="
It is only right that Jawaharlal Nehru University be renamed as Swami Vivekananda University.
Life of Bharat's patriotic Saint will inspire generations to come.
">It is Swami Vivekananda who stood for the "Idea of Bharat". His philosophy & values signify the "Strength of Bharat".
— C T Ravi 🇮🇳 ಸಿ ಟಿ ರವಿ (@CTRavi_BJP) November 16, 2020
It is only right that Jawaharlal Nehru University be renamed as Swami Vivekananda University.
Life of Bharat's patriotic Saint will inspire generations to come.It is Swami Vivekananda who stood for the "Idea of Bharat". His philosophy & values signify the "Strength of Bharat".
— C T Ravi 🇮🇳 ಸಿ ಟಿ ರವಿ (@CTRavi_BJP) November 16, 2020
It is only right that Jawaharlal Nehru University be renamed as Swami Vivekananda University.
Life of Bharat's patriotic Saint will inspire generations to come.
ସ୍ବାମୀ ବିବେକାନନ୍ଦ ହିଁ 'ଭାରତ' ପାଇଁ ଏକତା ସୃଷ୍ଟି କରିଥିଲେ ସେ ହେଉଛନ୍ତି ପ୍ରେରଣା। ତାଙ୍କର ଦର୍ଶନ ଏବଂ ମୂଲ୍ୟବୋଧ' ଭାରତର ଶକ୍ତି 'କୁ ସଶକ୍ତ କରିଛି । ତେଣୁ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର (ଜେଏନୟୁ) ନାମ ପରିବର୍ତ୍ତନ କରି ସ୍ବାମୀ ବିବେକାନନ୍ଦ ବିଶ୍ବବିଦ୍ୟାଳୟ ଭାବରେ ନାମିତ କରାଯାଉ। ଭାରତ ଦେଶପ୍ରେମୀ ସାଧୁଙ୍କ ଜୀବନ ଭବିଷ୍ୟତକୁ ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି ।
ସୂଚନା ଥାଉକି ଗତ 4 ଦିନ ତଳେ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜେଏନୟୁ କ୍ୟାମ୍ଫସ ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରତିମୂର୍ତ୍ତି ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ସ୍ବାମୀ ବିବେକାନନ୍ଦଙ୍କ ସାହସ ଏବଂ କରୁଣା ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରିବେ ବୋଲି କହିଛନ୍ତି । ସୂଚନା ଥାଉକି ଗତ କିଛି ବର୍ଷ ମଧ୍ୟରେ ଜେଏନୟୁ କ୍ୟାମ୍ପସରେ ବାମପନ୍ଥୀଙ୍କ ଦୁର୍ଗ ପାଲଟିଛି । କଲେଜ କ୍ୟାମ୍ଫସ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଛାତ୍ର ଅସନ୍ତୋଷ ଦେଖାଦେଉଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ