ETV Bharat / bharat

କୋଭିଡ ଚିକିତ୍ସାରେ ‘ରେମ୍‌ଡେସି‌ଭିର’ ବିଫଳ: ହସ୍ପିଟାଲକୁ ସତର୍କ କଲା WHO

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ବ୍ୟାପକ ପରୀକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ଯେ କୋରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ‘ରେମ୍‌ଡେସି‌ଭିର’ ଆଦୌ ଫଳପ୍ରଦ ହେଉନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ‘ସଲିଡାରିଟି ଟ୍ରାଏଲ୍‌’ରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ...

author img

By

Published : Oct 17, 2020, 9:15 AM IST

remdesivir failed in covid treatment
କୋଭିଡ ଚିକିତ୍ସାରେ ‘ରେମ୍‌ଡେସି‌ଭିର’ ବିଫଳ: ହସ୍ପିଟାଲକୁ ସତର୍କ କଲା WHO

ନୂଆଦିଲ୍ଲୀ: ଆମେରିକୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗିଲିୟାଡର ଔଷଧ ରେମଡେସିଭିର୍, କୋରୋନା ସଂକ୍ରମଣର ଚିକିତ୍ସାରେ କିଛି ମାତ୍ରାରେ ପ୍ରଭାବଶାଳୀ ବୋଲି ବିଶ୍ବାସ କରାଯାଉଥିଲା, କିନ୍ତୁ ଏହା ବର୍ତ୍ତମାନ କୋରୋନା ମୃତ୍ୟୁକୁ ରୋକିବାରେ ବିଫଳ ହୋଇଛି ବୋଲି ଦାବି କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) । ଏହା ସଂକ୍ରମଣ ଦିବସ କମାଇବାରେ ସଫଳ ହେଉନାହିଁ କି ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବା କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରୁନି ବୋଲି ହୁ’ ସ୍ପଷ୍ଟ କରିଛି। ନିକଟରେ ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ସଂକ୍ରମିତ ହୋଇଥିଲେ, ତାଙ୍କୁ ରେମଡେସିଭିର ଇଞ୍ଜେକ୍ସନ ମଧ୍ୟ ଦିଆଯାଇଥିଲା।

ଚଳିତ ବର୍ଷ ମେ ମାସରେ ଯେତେବେଳେ ଘୋଷଣା କରାଯାଇଥିଲା ଯେ, ରେମଡେସିଭିର୍ କୋଭିଡ -19 ରୋଗୀଙ୍କ ଉପରେ ପ୍ରଭାବଶାଳୀ ପ୍ରମାଣିତ ହେଉଛି, ସେତେବେଳେ ଏହା ଉପରେ ବହୁତ ଆଶା ସୃଷ୍ଟି ହୋଇଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଥିଲା ଯେ, ଏହି ଔଷଧ କେରୋନା ସଂକ୍ରମିତ ରୋଗୀଙ୍କୁ ଶୀଘ୍ର ଆରୋଗ୍ୟ କରିପାରିବ। ଏହା କେତେକ କ୍ଷେତ୍ରରେ ଘଟିଥିଲା ମଧ୍ୟ, କିନ୍ତୁ ବର୍ତ୍ତମାନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏହି ବିବୃତ୍ତି, କୋରୋନା ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଏକ ବଡ଼ ଝଟକା ଦେଇଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ 30 ଟି ଦେଶର 11,266 ବୟସ୍କ ରୋଗୀଙ୍କ ଉପରେ ରେମଡେସିଭିର୍ ଏକ କ୍ଲିନିକାଲ ପରୀକ୍ଷା କରିଥିଲେ। ଏଥିରେ ରେମ୍‌ଡେସି‌ଭିର ସମେତ ୪ଟି ଔଷଧର ପରୀକ୍ଷଣ ହୋଇଥିଲା। ସେଗୁଡ଼ିକ ହେଲା ହାଇଡ୍ରୋକ୍ସିକ୍ଲୋରୋକ୍ବିନ, ଏଣ୍ଟି-ଏଚ୍‌ଆଇଭି ଡ୍ରଗ୍‌ ଲୋପିନାଭିର/ରେଟୋନାଭିର୍‌ ଏବଂ ଇଣ୍ଟରଫେରାନ୍‌ । ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରୀକ୍ଷଣ ରିପୋର୍ଟ ଆସିବା ପରେ ଏବେ କମ୍ପାନିର ଚିନ୍ତା ବଢ଼ିଯାଇଛି। ଭାରତରେ ମଧ୍ୟ ରେମ୍‌ଡେସଭିର ଏବଂ ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବ୍ୟବହାରକୁ ନେଇ ବଡ଼ ଦ୍ବନ୍ଦ୍ବ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.