ETV Bharat / bharat

କେଜ୍ରିୱାଲ ସରକାରଙ୍କ ବଡ ନିଷ୍ପତ୍ତି, 31 ଡିସେମ୍ବର ଯାଏଁ ପାଣି ବିଲରେ ରିହାତି - corona crisis

କୋରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଜଳବୋର୍ଡ ବକେୟା ଜଳ ବିଲ୍ ଛାଡ କରିବା ଯୋଜନାକୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାପୂର୍ବରୁ ଏହି ଯୋଜନା 30 ସେପ୍ଟେମ୍ବର 2020 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା।

କେଜ୍ରିୱାଲ ସରକାର
କେଜ୍ରିୱାଲ ସରକାର
author img

By

Published : Oct 1, 2020, 1:48 PM IST

ନୂଆଦିଲ୍ଲୀ: କୋରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଜଳବୋର୍ଡ ବକେୟା ଜଳ ବିଲ୍ ଛାଡ କରିବା ଯୋଜନାକୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାପୂର୍ବରୁ ଏହି ଯୋଜନା 30 ସେପ୍ଟେମ୍ବର 2020 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା। ଏହା ଅଧୀନରେ ଯଦି ଗ୍ରାହକମାନେ 31 ମାର୍ଚ୍ଚ 2019 ସୁଦ୍ଧା ପ୍ରିନ୍ସିପାଲ୍ ଏରିୟରକୁ 30 ସେପ୍ଟେମ୍ବର 2020 ମଧ୍ୟରେ ଜମା କରନ୍ତି ତେବେ ସେମାନେ ଲେଟ୍ ପେମେଣ୍ଟ ସରଚାର୍ଜ (LPSC) ଉପରେ 100 ପ୍ରତିଶତ ରିହାତି ପାଇବେ ।

ଏହି ଯୋଜନା ଅନ୍ତର୍ଗତ, ଯେଉଁ ଘରୋଇ ଗ୍ରାହକମାନଙ୍କର କାର୍ଯ୍ୟକ୍ଷମ ମିଟର ଅଛି ସେମାନେ ଏହାର ଲାଭ ପାଇଛନ୍ତି । ଏମାନଙ୍କର LPSCକୁ କ୍ଷମା କରାଯିବ । ଏହା ଏକ ପ୍ରକାର ଦଣ୍ଡ ଏବଂ ସୁଧ ମଧ୍ୟ । ଏପର୍ଯ୍ୟନ୍ତ 4.30 ଲକ୍ଷ ଗ୍ରାହକ ଏହି ଯୋଜନାରୁ ଉପକୃତ ହୋଇଛନ୍ତି।

ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ରାଘବ ଚଡ୍ଡା ଏକ ବିବୃତ୍ତି ଜାରି କରି କହିଛନ୍ତି , ‘ ମହାମାରୀ ଦିଲ୍ଲୀର ଲୋକଙ୍କୁ ବହୁତ ପ୍ରଭାବିତ କରିଛି । ତେଣୁ ଅରବିନ୍ଦ କେଜ୍ରିୱାଲ ସରକାର ଏହି ଛାଡ ଯୋଜନାକୁ 31 ଡିସେମ୍ବର 2020 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ଜଳବୋର୍ଡ ସର୍ବଦା ସଜାଗ ରହିଥାଏ ଏବଂ ଏହି ନିଷ୍ପତ୍ତି ସେହି ନାଗରିକମାନଙ୍କୁ ସୁଯୋଗ ଦେବ ଯେଉଁମାନେ କୌଣସି କାରଣରୁ ବିଲ୍ ପୈଠ କରିନାହାଁନ୍ତି। ଆମେ ଆଶା କରୁଛୁ ଯେ ସେହି ସମସ୍ତ ଗ୍ରାହକ ଏହି ଯୋଜନା ବୃଦ୍ଧି କରିବାର ଲାଭ ଉଠାଇବାକୁ ସକ୍ଷମ ହେବେ ’।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.