ETV Bharat / bharat

ଏନଆରସି ଚୂଡାନ୍ତ ତାଲିକା: ଜାଣନ୍ତୁ ବିଭିନ୍ନ ମହଲର ପ୍ରତିକ୍ରିୟା - ରାଷ୍ଟ୍ରୀୟ ନାଗରିକତା ପଞ୍ଜିକା

ପ୍ରକାଶ ପାଇଛି ଜାତୀୟ ନାଗରିକତା ପଞ୍ଜିକରଣ(ଏନଆରସି)ର ଚୂଡାନ୍ତ ତାଲିକା । ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Aug 31, 2019, 7:19 PM IST

ଗୌହାଟୀ: ପ୍ରକାଶ ପାଇଛି ଜାତୀୟ ନାଗରିକତା ପଞ୍ଜିକରଣ (ଏନଆରସି)ର ଚୂଡାନ୍ତ ତାଲିକା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ତାଲିକାରେ 3 କୋଟି 11 ଲକ୍ଷ 21 ହଜାର 4 ଜଣ ଲୋକଙ୍କ ନାମ ସାମିଲ ରହିଛି । ତେବେ ଏଥିରୁ ପ୍ରାୟ 19 ଲକ୍ଷ 6 ହଜାର 657 ଲୋକ ବାଦ୍ ପଡିଛନ୍ତି । ତେବେ ଏନଆରସି ତାଲିକା ପ୍ରକାଶ ପାଇବା ପରେ ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି ।

ଏନଆରସି ତାଲିକାରେ ଅସନ୍ତୋଷ ପ୍ରକାଶ କରି ଭାରତୀୟ ସେନାର ପୂର୍ବତନ ଅଧିକାରୀ ତଥା ବର୍ତ୍ତମାନ ରାଜ୍ୟ ପୋଲିସରେ କାର୍ଯ୍ୟ କରୁଥିବା ବିମଲ ଚୌଧୁରୀ କହିଛନ୍ତି, ସମସ୍ତ ପ୍ରକାର ଦସ୍ତାବିଜ ଜମା କରିବା ପରେ ମଧ୍ୟ ଏନଆରସିର ଚୂଡାନ୍ତ ତଲିକାରୁ ମୋତେ ବଞ୍ଚିତ କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସେହିପରି ବରିଷ୍ଠ ସାମ୍ବାଦିକ ତଥା ଲେଖକ ରାଜୀବ କୁମାର ଏହାକୁ ନେତାଙ୍କୁ ବାଛିବାରେ ହୋଇଥିବା ଭୁଲର ପରିଣାମ ସ୍ବରୁପ ବୋଲି କହିଛନ୍ତି । "ଆସାମର ଲୋକ ଯୋଗ୍ୟ ନେତାଙ୍କୁ ବାଛିବାରେ ବିଫଳ ହୋଇଛନ୍ତି, ଯିଏ ଦଳୀୟ ବିଚାରରୁ ଉପରେ ଉଠି ସମସ୍ୟାର ସମାଧାନ ଖୋଜିବ । ନେତାଙ୍କର ମୂଳ ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା ବୋଲି" ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସେପଟେ ଆସାମର କଂଗ୍ରେସ ସାଂସଦ ଅବଦୁଲ ଖଲେଖ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରି କହିଛନ୍ତି, ଅନେକ ବାସ୍ତବିକ ନାଗରିଙ୍କ ନାମ ଏହି ତାଲିକାରେ ରଖାଯାଇନାହିଁ । ତେଣୁ ବିଦେଶୀ ଟ୍ରିବ୍ୟୁନାଲ ଗଠନର ସମୀକ୍ଷା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ସେ ।

ଅନେକ ସ୍ଥାନୀୟ ଲୋକ ମଧ୍ୟ ଏନଆରସିର ଚୂଡାନ୍ତ ତାଲିକାରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚଳିତ ଥର ମଧ୍ୟ ଏହି ତାଲିକା ପ୍ରସ୍ତୁତ କରିବାରେ ସରକାର ଭୁଲ କରିଥିବା ଲୋକେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.