ETV Bharat / bharat

ନୋଟ କାରବାରରୁ କୋରୋନା ସଂକ୍ରମଣ ଭୟ, ଜବାବ ଦେଲା ଆରବିଆଇ... - rbi replies to confederation of all india traders

ଦେଶରେ ପ୍ରଚଳିତ ହେଉଥିବା ନୋଟ କାରବାର ଯୋଗୁଁ କୌଣସି ପ୍ରକାର ଜୀବାଣୁ କିମ୍ବା ଭୁତାଣୁ ଆପଣଙ୍କ ହାତରୁ ଅନ୍ୟ ହାତ ଦ୍ବାରା ସଂକ୍ରମଣ ହୋଇପାରେ । ତେଣୁ ଏଭଳି ସ୍ଥିତିକୁ ଏଡାଇବା ପାଇଁ ନଗଦ ନୋଟ କାରବାର ଅପେକ୍ଷା ଡିଜିଟାଲ କାରବାର ଅଧିକରୁ ଅଧିକ କରିବାକୁ ପରାମର୍ଶ ଦିଆଯାଇଛି ।

rbi replies
ନୋଟ କାରବାରରୁ କୋରୋନା ସଂକ୍ରମଣ ଭୟ
author img

By

Published : Oct 4, 2020, 7:55 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଂକ୍ରମଣ ଭୟ ଯୋଗୁଁ ସାରା ବିଶ୍ବବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଉ ଏହି ଭାଇରସ ସଂକ୍ରମଣ ପଛରେ ଅନେକ କାରଣ ରହିଥିବାବେଳେ ପ୍ରଚଳିତ ହେଉଥିବା ମୁଦ୍ରା ବା କରେନ୍ସି ନୋଟର ଲେଣଦେଣ କାରବାର ମଧ୍ୟ ଏମାନଙ୍କ ମଧ୍ୟରୁ ଗୋଟିଏ । ଯାହାକୁ ନେଇ କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ମଧ୍ୟ ସଙ୍କେତ ଦେଇସାରିଛି ।

ଦେଶରେ ପ୍ରଚଳିତ ହେଉଥିବା ନୋଟ କାରବାର ଯୋଗୁଁ କୌଣସି ପ୍ରକାର ଜୀବାଣୁ କିମ୍ବା ଭୁତାଣୁ ଆପଣଙ୍କ ହାତରୁ ଅନ୍ୟ ହାତ ଦ୍ବାରା ସଂକ୍ରମଣ ହୋଇପାରେ । ତେଣୁ ଏଭଳି ସ୍ଥିତିକୁ ଏଡାଇବା ପାଇଁ ନଗଦ ନୋଟ କାରବାର ଅପେକ୍ଷା ଡିଜିଟାଲ କାରବାର ଅଧିକରୁ ଅଧିକ କରିବାକୁ ପରାମର୍ଶ ଦିଆଯାଇଛି ।

କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(CAIT) ପକ୍ଷରୁ ନିକଟରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଚିଠି ଲେଖି ଏହାର ଜବାବ ମାଗିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ଆରବିଆଇ ପକ୍ଷରୁ କରାଯାଇଥିବା ମେଲରେ ଏହାର ଜବାବ ଦେଇଛନ୍ତି ।

କ୍ୟାଟକୁ ନିଜ ଉତ୍ତରରେ ରିଜର୍ଭ ବ୍ୟାଙ୍କ କହିଛି ଯେ, କୋରୋନା ମହାମାରୀ ସଂକ୍ରମଣକୁ ରୋକିବାକୁ ଲୋକମାନେ ନିଜ ଘରେ ବସି ହିଁ ସମସ୍ତ ପ୍ରକାର ସୁବିଧାଜନକ ସେବା ଯେପରିକି, ମୋବାଇଲ ବ୍ୟାଙ୍କିଙ୍ଗ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ, କ୍ରେଡିଟ କିମ୍ବା ଡେବିଟ କାର୍ଡ ଭଳି ଅନଲାଇନ ସେବା ମାଧ୍ୟମରେ ଡିଜିଟାଲ କାରବାର କରିପାରିବେ ।

ଏହାଛଡା ଆରବିଆଇ ପକ୍ଷରୁ ନୋଟ କାରବାର କିମ୍ବା ଏଟିଏମରୁ ଟଙ୍କା ନଉଠାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.