ETV Bharat / bharat

କରେନ୍ସି ନୁହେଁ ଡିଜିଟାଲ ପେମେଣ୍ଟ କର: RBI ଗଭର୍ଣ୍ଣର - କୋରୋନା ଭାଇରସ

କୋରୋନା ଭାଇରସର ବଢୁଥିବା ମାମଲାକୁ ରୋକିବା ପାଇଁ ପୁରା ଦେଶରେ 21 ଦିନିଆ ଲକ୍ ଡାଉନ୍ ଲାଗୁ ହୋଇଛି । ଏମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଭିଡିଓ ସନ୍ଦେଶ ଜାରି କରିଛନ୍ତି । ଅଧିକ ପଢନ୍ତୁ...

RBI governor
ଆରବିଆଇ ଗଭର୍ଣ୍ଣର
author img

By

Published : Mar 29, 2020, 10:02 PM IST

ନୂଆଦିଲ୍ଲୀ: କୋରୋନା ଭାଇରସର ବଢୁଥିବା ମାମଲାକୁ ରୋକିବା ପାଇଁ ପୁରା ଦେଶରେ 21 ଦିନିଆ ଲକ୍ ଡାଉନ୍ ଲାଗୁ ହୋଇଛି । ଏହି ମହାମାରୀରୁ ବଞ୍ଚିବାର ଗୋଟିଏ ହିଁ ଉପାୟ ସାମାଜିକ ଦୂରତା । ତେଣୁ ସରକାର ଲଗାତାର ଜନତାଙ୍କୁ ଲକ୍ ଡାଉନର ପାଳନ କରିବାକୁ କହିଆସୁଛି ।

ଏମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ଭିଡିଓ ସନ୍ଦେଶ ଜାରି କରିଛନ୍ତି । ଏହି ମହାମାରୀରୁ ବଞ୍ଚିବା ପାଇଁ ବର୍ତ୍ତମାନ ଡିଜିଟାଲ ଉପାୟରେ ଟଙ୍କା ନେଣଦେଣ ପାଇଁ ଅନୁରୋଧ କରିଛନ୍ତି ।

ଭିଡିଓରେ ଶକ୍ତିକାନ୍ତ ଦାସ କହିଛନ୍ତି,‘ କୋରୋନା ଭାଇରସ କାରଣରୁ ଦେଶ ସଙ୍କଟରେ । ଏହି ସମୟରେ ଘରେ ରହି ଡିଜିଟାଲ ଟଙ୍କା ଦେଣନେଣ କରନ୍ତୁ । ଏଥିପାଇଁ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ମୋବାଇଲ ଆପ୍ ର ସହାୟତା ନେଇପାରିବେ ’ ।

ପ୍ରକାଶଥାଉକି, କୋରୋନା ଭାଇରସ ରୋକିବା ପାଇଁ ଦେଶ ସମସ୍ତ ଉପାୟ କରିବାରେ ବ୍ୟସ୍ତ । ଲକ୍ ଡାଉନ୍ ସମୟରେ କରେନ୍ସି ନେବା ଆଣିବା କରିବା ଦ୍ବାରା ପରସ୍ପରର ସମ୍ପର୍କରେ ଅଧିକ ଆସିବା ଫଳରେ ଭାଇରସ ବ୍ୟାପିବାର ଡର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.