ETV Bharat / bharat

ଚୀନର ଦୁଃସାହସରେ ଚୁପ ମୋଦି ସରକାର: ରଣଦୀପ ସିଂ ସୁରଜେୱାଲା

author img

By

Published : Jun 17, 2020, 3:34 PM IST

କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା 20 ଭାରତୀୟ ଯବାନଙ୍କ ଶହୀଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

randeep singh surjewala
କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା

ନୂଆଦିଲ୍ଲୀ: କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା 20 ଯବାନଙ୍କ ଶହୀଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘20 ଯବାନଙ୍କ ଶହୀଦ କାରଣରୁ କ୍ରୋଧରେ ସମଗ୍ର ଦେଶ । ସମଗ୍ର ଦେଶ ଅମର ବୀର ଯବାନଙ୍କ ବଳିଦାନରେ ଗର୍ବିତ । ସେମାନେ ଭାରତ ମା’ ଗର୍ବର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ’। ଅନ୍ୟପକ୍ଷେ ସେ କହିଛନ୍ତି ଯେ, ଚୀନ ସେନାର ଏଭଳି ଦୁଃସାହସ ଉପରେ ପ୍ରଧାନମନ୍ତ୍ରୀ ଓ ମୋଦି ସରକାର ନିରବ ରହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାହୁଲ ଗାନ୍ଧୀ, କଂଗ୍ରେସ ତଥା ସମଗ୍ର ବିରୋଧୀ ଦଳ ବାରମ୍ବାର କେନ୍ଦ୍ର ସରକାରଙ୍କୁ ସୀମାର ପରିସ୍ଥିତି ବିଷୟରେ କହିବାକୁ ନିବେଦନ କରିଥିଲେ । ଚୀନ ସେନା ଆମର କେତେ ଭାଗ କବଜା କରିସାରିଛି ସେ ନେଇ ସରକାର ଅବଗତ କରାନ୍ତୁ ।

ଅନ୍ୟପକ୍ଷେ ରାହୁଲ ଗାନ୍ଧୀ ମଧ୍ୟ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି କାହିଁକି ଚୁପ୍ ଅଛନ୍ତି, ସେ କାହିଁକି ଲୁଚିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବହୁତ ହେଲା, ବର୍ତ୍ତମାନ ସୀମାରେ କଣ ହେଉଛି ସେ ନେଇ ଆମେ ଜାଣିବାକୁ ଚାହୁଁଛୁ ’ । କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ମଧ୍ୟ ସରକାରଙ୍କ ସାଥିରେ ଥିବା କହିଛନ୍ତି । ଚୀନକୁ କଡା ଜବାବ ଦିଆଯିବା ଉଚିତ୍ ବୋଲି ମଧ୍ୟ ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.