ETV Bharat / bharat

ବିଦେଶ ପଳାୟନ ପୂର୍ବରୁ ରାଣାଙ୍କ ଝିଅ ଅଟକ, ପରିବାର ବିରୋଧରେ ଲୁକଆଉଟ ନୋଟିସ

author img

By

Published : Mar 8, 2020, 9:13 PM IST

ଲଣ୍ଡନ ଯିବା ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ଅଟକ ୟେସ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁରଙ୍କ ଝିଅ ରୋଶନୀ । ରାଣାଙ୍କ ପରିବାର ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି ଇଡି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ମୁମ୍ବାଇ: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ୟେସ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁରଙ୍କ ସମ୍ପୂର୍ଣ୍ଣ ପରିବାର ବିରୋଧରେ ଲୁକ ଆଉଟ ନୋଟିସ ଜାରି କରାଯାଇଛି । ଏହି ନୋଟିସ ଜାରି ହେବା ପରେ ହିଁ ରାଣା କପୁରଙ୍କ ଝିଅକୁ ଲଣ୍ଡନ ଯିବା ପୂର୍ବରୁ ଏୟାରପୋର୍ଟରେ ରୋକାଯାଇଛି ।

ୟେସ ବ୍ୟାଙ୍କର ସଙ୍କଟକୁ ନେଇ ରାଣା କପୁରଙ୍କ ସହ ତାଙ୍କ ସମ୍ପୂର୍ଣ୍ଣ ପରିବାର ସନ୍ଦେହ ଘେରରେ ଅଛନ୍ତି । ଏହି ମଧ୍ୟରେ ରାଣାଙ୍କ ଝିଅ ରୋଶନି ଭାରତ ଛାଡି ବିଦେଶ ପଳାଇବା ପାଇଁ ଯୋଜନା କରୁଥିଲେ । ରୋଶନି କପୁର ମୁମ୍ବାଇ ବିମାନବନ୍ଦରରୁ ଲଣ୍ଡନ ଯିବାକୁ ବାହାରୁଥିଲେ । ହେଲେ ତାଙ୍କୁ ଏୟାରପୋର୍ଟରେ ହିଁ ଅଟକ ରଖାଯାଇଛି । ଅନ୍ୟପକ୍ଷେ ରାଣାଙ୍କ ଜ୍ବାଇଁ ଆଦିତ୍ୟ କପୁରଙ୍କ ବିରୋଧରେ ମଧ୍ୟ ଲୁକ ଆଉଟ ନୋଟିସ ଜାରି କରିଦିଆଯାଇଛି ।

ଶନିବାର ଠାରୁ ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ ଚାଲିଥିଲା । ଅନାଦେୟ ଋଣ ମାମଲାରେ ଛାନଭିନ ଚଳାଇଥିଲା ଇଡି । ପ୍ରିଭେନ୍ସନ ଅଫ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ଅଧିନରେ ଏହି ଚଢାଉ ହୋଇଥିଲା । ପରେ ତାଙ୍କୁ ଗିରଫ କରାଯାଇଛି । ଆସନ୍ତା 11 ମାର୍ଚ୍ଚ ଯାଏଁ ରାଣା କପୁରଙ୍କୁ ଇଡି ହେପାଜତରେ ପଠାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.